ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ଆଇଡି ବିସ୍ଫୋରଣ ଘଟଣାର ଖୋଳତାଡ ଚାଲିଛି । ଏଯାଏ ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଖୋଳତାଡ ଚଳାଇଛି । ଇସ୍ରାଏଲ ଦୂତାବାସ ନିକଟରୁ ପୋଲିସକୁ ଏକ ଲଫାପା ମିଳିଛି । ଯେଉଁଥିରେ ଇସ୍ରାଏଲ ଦୂତାବାସ ସମ୍ପର୍କରେ କିଛି ଲେଖା ଯାଇଛି ।
ସେହିପରି ପୋଲିସର ହସ୍ତଗତ ହୋଇଛି ପାଖରେ ଥିବା ତିନିଟି ସିସିଟିଭି ଫୁଟେଜ । ଯେଉଁଥିରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଠାବ କରାଯାଇଛି । ସେମାନଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ ଚାଲିଛି । ସେମାନେ ଆସିଥିବା କାର୍ ଡ୍ରାଇଭରଙ୍କୁ ପଚରାଉଚରା କରିଛି ପୋଲିସ । କାର ଡ୍ରାଇଭର ଦେଇଥିବା ସୂଚନା ଅନୁସାରେ ସନ୍ଦିଗ୍ଧଙ୍କ ସ୍କେଚ୍ ତିଆରି କରାଯାଉଛି ।
#WATCH | Delhi Police Special Cell team outside Israel Embassy in New Delhi where a low-intensity explosion took place yesterday. pic.twitter.com/mmpNbhDkV4
— ANI (@ANI) January 30, 2021
ଦିଲ୍ଲୀ ବିସ୍ଫୋରଣ ପରେ ବିଭିନ୍ନ ରାଜ୍ୟରେ ଜାରି ହୋଇଛି ଆଲର୍ଟ । ହରିଦ୍ୱାରରେ ହାଇ ଆଲର୍ଟ ଜାରି କରାଯାଇଛି । ଗତକାଲି ଦିଲ୍ଲୀ ବିଜୟଚୌକରେ ଧ୍ୱଜାବତରଣ ଚାଲିଥିବା ବେଳେ ଅବଦୁଲ କଲାମ ରୋଡରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଥିଲା । କେହି ମୃତାହତ ହୋଇ ନଥିଲେ ବି କିଛି ଗାଡ଼ିର କାଚ ଭାଙ୍ଗିଥିଲା । ଧ୍ୱଜାବରଣ ଚାଲିଥିବା ବେଳେ ଏଭଳି ଆଇଡି ବିସ୍ଫୋରଣ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ବୋଲି କୁହାଯାଉଛି ।
Comments are closed.