Latest Odisha News

BREAKING NEWS

ମାନସିକ ସ୍ୱାସ୍ଥ୍ୟ କ’ଣ? କାହିଁକି ଉପୁଜେ ମାନସିକ ସମସ୍ୟା, ଜାଣନ୍ତୁ

ଭୁବନେଶ୍ୱର: ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସଂଜ୍ଞା ଅନୁସାରେ ସ୍ୱାସ୍ଥ୍ୟ ହେଉଛି ଶାରୀରିକ ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ପ୍ରସନ୍ନତାର ସ୍ଥିତି ଓ କେବଳ ରୋଗର ଅଭାବ ନୁହେଁ । ଡବଲୁଏଚଓ ଯେଉଁ ସଂଜ୍ଞା ପ୍ରଦାନ କରିଛି, ସେ ଅନୁସାରେ ମାନସିକ ସ୍ଵାସ୍ଥ୍ୟ ହେଉଛି ମାନସିକ ପ୍ରସନ୍ନତା ଯେଉଁଥିରେ କୌଣସି ବ୍ୟକ୍ତି ନିଜର ସାମର୍ଥକୁ ଜାଣିପାରୁଥିବ, ଜୀବନର ସାଧାରଣ ଚାପର ମୁକାବିଲା କରି ପାରୁଥିବ, ଉତ୍ପାଦକ କାମ କରିପାରୁଥିବ, ତଥା ନିଜ ଗୋଷ୍ଠୀ ପାଇଁ ଯଗଦାନ ଦେଇପାରୁଥିବ । ସକାରାତ୍ମକ ଭାବରେ କହିବାକୁ ଗଲେ ବ୍ୟକ୍ତିଗତ ପ୍ରସନ୍ନତାର ଆଧାର ହେଉଛି ମାନସିକ ସ୍ଵାସ୍ଥ୍ୟ ଓ ଏହା ଗୋଷ୍ଠୀର କାମକୁ ମଧ୍ୟ ପ୍ରଭାବିତ କରେ ।

ତଥ୍ୟ ଅନୁସାରେ, ପାଖାପାଖି ୪୫୦ ମିଲିୟନରୁ ଅଧିକ ଲୋକ ମାନସିକ ଡିସଅର୍ଡରରୁ ପୀଡିତ ଅଛନ୍ତି। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁସାରେ ୨୦୨୦ ପର୍ଯ୍ୟନ୍ତ ବିଶ୍ଵରେ ଅବସାଦ ଦ୍ଵିତୀୟ ସର୍ବାଧିକ ରୋଗ ଭାର ଭାବେ ପରିଗଣିତ ହୋଇଛି ।

କଣ ଏହାର କାରଣ:

ନିଉରୋ ଟ୍ରାନସମିଟର : ମାନସିକ ରୋଗକୁ ମସ୍ତିଷ୍କରେ ଏକ ସ୍ଵତନ୍ତ୍ର କେମିକାଲ ନିଉରୋ ଟ୍ରାନସମିଟରର ଅସାଧାରଣ ସନ୍ତୁଳନ ସହ ଯୋଡା ଯାଇଥାଏ। ନିଉରୋ ଟ୍ରାନସମିଟର ମସ୍ତିଷ୍କରେ ନର୍ଭ ସେଲଗୁଡିକୁ ସଂଚାର କରିବାରେ ସହାୟତା କରିଥାଏ। ଯଦି ଏହି କେମିକାଲର ସନ୍ତୁଳନ ବିଗଡେ, ବା ଠିକ ଭାବେ କାମ କରେ ନାହିଁ, ତେବେ ବାର୍ତା ଠିକ ଭାବେ ମସ୍ତିଷ୍କକୁ ଯଇ ପାରେ ନାହିଁ ଫଳରେ ମାନସିକ ରୋଗରଲକ୍ଷଣ ଦେଖାଯଏ।

ଜେନେଟିକ୍ସ (ବଂଶାନୁକ୍ରମିକ) : ଅନେକ ମାନସିକ ରୋଗ ପରିବାରରୁ ଆସିଥାଏ । ଯଦି ଏକ ପରିବାରରେ କୌଣସି ବ୍ୟକ୍ତିର ମାନସିକ ରୋଗ ରହିଛି ତେବେ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଏହାର ସମ୍ଭାବନା ରହିଥାଏ। ଜିନ ଦ୍ଵାରା ପରିବାରରେ ଏହା ହେବାର ଆଶଙ୍କା ରହିଥାଏ। ବିଶେଷଜ୍ଞ ମାନଙ୍କର କହିବା ଅନୁସାରେ ମାନସିକ ରୋଗ ଅନେକ ଜିନରେ ଅସନ୍ତୁଳନ ଫଳରେ ହୁଏ,ଗୋଟିଏ ଜିନରେ ନୁହେଁ। ମାନସିକ ରୋଗ ମଳ୍ଟିପଲ ଜିନ୍ ଇଣ୍ଟରାକ୍ସନ ଓ ଅନ୍ୟ କାରଣ ଯଗୁ ହୋଇଥାଏ। ଯେପରି ଚାପ, ଖରାପ ବ୍ୟବହାର, ଯାହା ଫଳରେ କୌଣସି ବ୍ୟକ୍ତିର ବଂଶାନୁକ୍ରମିକ ରୋଗର ସମ୍ଭାବନାକୁ ପ୍ରଭାବିତ କରିଥାଏ।

ସଂକ୍ରମଣ: ଅନେକ ସଂକ୍ରମଣକୁ ମସ୍ତିଷ୍କ ଡ୍ୟାମେଜ , ମାନସିକ ରୋଗ ବା ଏହାର ଲକ୍ଷଣ ଖରାପ ହେବା ସହ ସହ ଯୋଡା ଯାଇଛି ।

ମସ୍ତିଷ୍କ ଡିଫେକ୍ଟ ବା ଆଘାତ: ମସ୍ତିଷ୍କର କିଛି ଅଂଚଳରେ ଡିଫେକ୍ଟ ବା ଆଘାତକୁ ମଧ୍ୟ କିଛି ମାନସିକ ରୋଗ ସହ ଯୋଡାଯାଇଛି ।

Leave A Reply

Your email address will not be published.