Latest Odisha News

ଇସ୍ରାଏଲ-ହମାସ ଯୁଦ୍ଧକୁ ପୂରିଲା ୧୦୦ ଦିନ: ହମାସକୁ ପରାସ୍ତ କରିବାକୁ ପଣ କରିଛନ୍ତି ନେତାନ୍ୟାହୁ

ଜେରୁଜେଲମ: ଇସ୍ରାଏଲ-ହମାସ ଯୁଦ୍ଧକୁ ପୂରିଲା ୧୦୦ ଦିନ । ଭୟଙ୍କର ମାନବିକ ସଙ୍କଟ ଭିତରେ ଜାରି ରହିଛି ଯୁଦ୍ଧ । ହଜାର ହଜାର ଲୋକ ବାସହୀନ ହୋଇଛନ୍ତି । ଏଯାଏ ପ୍ରାୟ ୩୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ତଥାପି ଯୁଦ୍ଧ ଥମିବାର ନାଁ ନେଉନି । ହମାସକୁ ପରାସ୍ତ କରିବା ପାଇଁ ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଇରାନ ସମର୍ଥିତ ହାଉଥି ସଂଗଠନକୁ ଦମନ ଲାଗି ଆମେରିକା ଓ ବ୍ରିଟେନ ଚଳାଇଛନ୍ତି ଯୋଜନା ।

୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ । ଇସ୍ରାଏଲର ୨୪୦ଲୋକଙ୍କୁ ପଣବନ୍ଦୀ କରି ରଖିଥିଲା । ଅକ୍ଟୋବର ୮ରେ ଇସ୍ରାଏଲର ସୀମାରେ ଜୋରଦାର ଆକ୍ରମଣ କରିଥିଲା ଲେବାନନର ହେଜବୁଲ୍ଲା । ଅକ୍ଟୋବର ୧୩ରେ ଉତ୍ତର ଗାଜା ଛାଡିବା ଲାଗି ଇସ୍ରାଏଲ ନିର୍ଦ୍ଦେଶ ଦେବା ପରେ ପ୍ରାୟ ୧୦ଲକ୍ଷ ଲୋକ ସହର ଛାଡିଥିଲେ । ଅକ୍ଟୋବର ୧୭ ତାରିଖରେ ଅଲ-ଆଲି-ଆରବି ହସ୍ପିଟାଲରେ ବିସ୍ଫୋରଣ ପରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଏହାପରେ ଅକ୍ଟୋବର ୧୯ରେ ୟେମେନରୁ ନିକ୍ଷେପ ମିସାଇଲକୁ ନଷ୍ଟ କରିଥିଲା ଆମେରିକାର ନୌଜାହାଜ । ଅକ୍ଟୋବର ୨୧ରେ ରାଫା ସୀମା ଦେଇ ଇଜିପ୍ଟରୁ ରିଲିଫ ସହାୟତା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନଭେମ୍ବର ୧୫ରେ ଗାଜାର ସର୍ବବୃହତ ହସ୍ପିଟାଲ ଅଲ ସିଫାରେ ଇସ୍ରାଏଲ ବାହିନୀର ହମଲା ହୋଇଥିଲା । ନଭେମ୍ବର ୨୧ର ପ୍ରଥମ ଥର ଲାଗି ଅସ୍ତ୍ରବିରତି ଘୋଷଣା ପରେ ପଣବନ୍ଦୀ ମୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଡିସେମ୍ବର ୧୫ରେ ଗାଜାରେ ଭୁଲ୍ ବଶତଃ ୩ପଣବନ୍ଦୀଙ୍କୁ ହତ୍ୟା କରିଥିଲା ଇସ୍ରାଏଲ । ଜାନୁଆରୀ ୧୧ରେ ୟେମେନର ହାଉଥିସ୍ଥଳୀ ଉପରେ ଏୟାର ଷ୍ଟ୍ରାଇକ କରିଥିଲେ ବ୍ରିଟେନ ଓ ଆମେରିକା । ଜାନୁଆରୀ ୧୨ରେ ଇସ୍ରାଏଲ ବିରୋଧରେ ସାଉଥଆଫ୍ରିକା ଅଭିଯୋଗର ଶୁଣାଣି କରିଥିଲା ଆନ୍ତର୍ଜାତିକ ନ୍ୟାୟାଳୟ ।

 

 

Comments are closed.