Latest Odisha News

BREAKING NEWS

ଦିବ୍ୟାଙ୍ଗ ଭୋଟରଙ୍କୁ ପ୍ରଧାନ୍ୟ: ୫% ଅଧିକ ହ୍ବିଲଚେୟାର ବରାଦ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟରେ ଆଉ କିଛି ମାସ ମଧ୍ୟରେ ଆରମ୍ଭ ହୋଇଯିବ ନିର୍ବାଚନ ପ୍ରକ୍ରିୟା । ଏହା ପୂର୍ବରୁ ଭୋଟରଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଉଛି। ବିଶେଷ କରି ଏଥର ଦିବ୍ୟାଙ୍ଗ ଭୋଟରଙ୍କୁ ପ୍ରଧାନ୍ୟ ଦିଆଯାଇଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଆଉ ୫ ପ୍ରତିଶତ ଅଧିକ ହ୍ବିଲଚେୟାର ବରାଦ ଦେଇଛନ୍ତି ରାଜ୍ୟ ସରକାର। ନିର୍ବାଚନ ସମୟରେ ଭୋଟ କେନ୍ଦ୍ରଗୁଡିକରେ ଦିବ୍ୟାଙ୍ଗମାନଙ୍କ ପାଇଁ ହ୍ବିଲଚେୟାର ପ୍ରସ୍ତୁତ ରଖାଯିବ।ଯେଉଁ ବୁଥରେ ଅଧିକ ଆବଶ୍ୟକ ରହିଛି, ସେଠାରେ ଅଧିକ ହ୍ବିଲଚେୟାର ଯୋଗାଇ ଦିଆଯିବ ।

ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ହ୍ବିଲଚେୟାର ସଂଖ୍ୟା ବୃଦ୍ଧି ହେବ। ଦିବ୍ୟାଙ୍ଗ ଭୋଟରଙ୍କୁ ଯେପରି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡେ ସେଥି ପାଇଁ ଏପରି ବ୍ୟବସ୍ଥା କରାଯିବ। ଯେଉଁଠି ଅଧିକ ଆବଶ୍ୟକ ଅଛି, ସେଠାରେ ECI ଙ୍କ ନିର୍ଦ୍ଦେଶ ଅନୁସାରେ ଅଧିକ ମଗାଯାଇଛି ବୋଲି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ପୂର୍ବରୁ ବୁଥ ପିଛା ଗୋଟିଏ ହ୍ବିଲଚେୟାରର ବ୍ୟବସ୍ଥା କରାଯାଉଥିଲା।ଏବେ ବୁଥ ପିଛା ଦୁଇଟି ହ୍ବିଲଚେୟାର ଯୋଗାଇ ଦିଆଯିବ। ଜନଗଣନା ଅନୁସାରେ ଯେଉଁ ଅଂଚଳରେ ଅଧିକ ଦିବ୍ୟାଙ୍ଗ ଥିବେ, ସେଠାରେ ବୁଥ ପିଛା ୫ଟି ହ୍ବିଲଚେୟାରର ବ୍ୟବସ୍ଥା କରାଯିବ। ଯେହେତୁ ଓଡ଼ିଶାରେ ହ୍ବିଲଚେୟାର ନିର୍ମାଣ କମ୍ପାନୀ ନାହିଁ, ସେଥିପାଇଁ କେନ୍ଦ୍ର ସରକାରଙ୍କ ଏକ ମାତ୍ର ସ୍ୱୀକୃତି ପ୍ରାପ୍ତ ନିର୍ମାଣକାରୀ ସଂସ୍ଥା ALIMCOରୁ ହ୍ବିଲଚେୟାର ଅଣାଯିବ। ଆବଶ୍ୟକତା ଅନୁସାରେ ବରାଦ ଦିଆଯାଇଛି। ଯେପରି କମ ନ ପଡ଼ୁ ସେଥିପାଇଁ ଅତିରିକ୍ତ ୫% ହ୍ବିଲଚେୟାରର ବରାଦ ଦିଆଯାଇଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ କହିଛନ୍ତି।

 

Leave A Reply

Your email address will not be published.