ତେଲ ଅଭିଭ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଚତୁର୍ଥ ଦିନରେ ପହଂଚିଛି। ଆଜି ଇରାନ କ୍ଷେପଣାସ୍ତ୍ର ମାଡ଼ରେ ତେଲ ଅଭିଭରେ ଥିବା ଆମେରିକୀୟ ଦୂତାବାସ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କାହାରି ଆହତ ହେବାର କୌଣସି ଖବର ନାହିଁ।
ଇସ୍ରାଏଲରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ମାଇକ୍ ହୁକାବି ‘ଏକ୍ସ’ରେ କହିଛନ୍ତି ଯେ ଦୂତାବାସ କାର୍ଯ୍ୟାଳୟ ନିକଟରେ ଏକ କ୍ଷେପଣାସ୍ତ୍ର ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ସାମାନ୍ୟ କ୍ଷତି ହୋଇଥିଲା। ସେ କହିଛନ୍ତି ଯେ ବିସ୍ଫୋରଣର ଶବ୍ଦ ଏବଂ କମ୍ପନ ଆଖପାଖ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା, କିନ୍ତୁ କାହାରି କ୍ଷତି ହୋଇନାହିଁ। ବର୍ତ୍ତମାନ ପାଇଁ, ଆମେରିକୀୟ ଦୂତାବାସ ଏବଂ କନସୁଲେଟ୍ ବନ୍ଦ ରଖାଯାଇଛି। ସେଠାରେ ‘ଆଶ୍ରୟସ୍ଥଳ’ ନିର୍ଦ୍ଦେଶାବଳୀ ଅର୍ଥାତ୍ ସମସ୍ତ ଲୋକଙ୍କୁ ନିଜ ନିଜ ସ୍ଥାନରେ ସୁରକ୍ଷିତ ରହିବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଟ୍ରମ୍ପ ଶନିବାର ଟ୍ରୁଥ୍ ସୋସିଆଲରେ ଲେଖିଥିଲେ ଯେ, “ଇରାନ ଉପରେ ଆକ୍ରମଣ ସହିତ ଆମେରିକାର କୌଣସି ସମ୍ପର୍କ ନାହିଁ, କିନ୍ତୁ ଯଦି ଇରାନ ଆମ ଉପରେ କୌଣସି ପ୍ରକାରର ଆକ୍ରମଣ କରେ, ତେବେ ଆମେ କଡ଼ା ଜବାବ ଦେବୁ। ସେ ଆହୁରି ମଧ୍ୟ କହିଥିଲେ ଯେ ଯଦି ଆମେରିକା ଚାହିଁବ ତେବେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଏକ ଚୁକ୍ତିନାମା କରି ଏହି ରକ୍ତାକ୍ତ ସଂଘର୍ଷକୁ ସମାପ୍ତ କରିପାରିବ।
Comments are closed.