Latest Odisha News

ଆଇଡିଏଫ ଷ୍ଟ୍ରାଇକରେ ହିଜବୁଲ୍ଲାହ ଡ୍ରୋନ ୟୁନିଟ ଚିଫ ନିହତ

ତେଲ ଅଭୀବ: ଲେବାନନ ରାଜଧାନୀ ବେରୁତ ଉପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ଘନ ଘନ ମିସାଇଲ ଆକ୍ରମଣ ଜାରୀ ରଖିଛି । ଆଇଡିଏଫ ରିପୋର୍ଟ ଅନୁସାରେ ହିଜବୁଲ୍ଲାହ ଡ୍ରୋନ ୟୁନିଟର ଚିଫ ମହମ୍ମଦ ସରୁର ନିହତ ହୋଇଛନ୍ତି । ଅବଶ୍ୟ ଏ ନେଇ ହିଜବୁଲ୍ଲାହ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ବେରୁତର ଦକ୍ଷିଣରେ ଥିବା ଏକ ବିଲ୍ଡିଂକୁ ଏଥିପାଇଁ ଟାର୍ଗେଟ କରାଯାଇଥିଲା । ଏହି ମିସାଇଲ ଆକ୍ରମଣରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ବେରୁତର ଦକ୍ଷିଣରେ ଥିବା ଦାହିହ ଲେବାନନ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାହର ଗଡ ଭାବେ ବିବେଚନା କରାଯାଏ । ଏବେ ଇସ୍ରାଏଲ ଏହା ଉପରେ ଆକ୍ରମଣ ଜାରୀ ରଖିଛି ।

ହିଜୁବୁଲ୍ଲାହ ମଧ୍ୟ ଇସ୍ରାଏଲ ଉପରେ ମିସାଇଲ ଆକ୍ରମଣ କରିଛି । ତେବେ ଆଇଡିଏଫ ଏହି ମିସାଇଏଗୁଡିକୁ ନଷ୍ଟ କରିଥିବା ଦାବୀ କରିଛି । ହିଜବୁଲ୍ଲାହର ୧୬ଜଣ ଟପ କମାଣ୍ଡରଙ୍କ ନିହତ ପରେ ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଏବେ ଲେବାନନ ସୀମା ମଧ୍ୟରେ ପ୍ରବେଶ କରିବା ପାଇଁ ଇସ୍ରାଏଲ ସେନା ଉଦ୍ୟମ ଆରମ୍ଭ କରିଛି ।

Leave A Reply

Your email address will not be published.