Latest Odisha News

ଗାଜା ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ ଗଲା ଇସ୍ରାଏଲ୍

ଜେରୁଜେଲମ୍: ଗାଜା ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍ । ବିମାନରୁ ଆକ୍ରମଣ ହୋଇଥିବା କଥାକୁ ସ୍ୱୀକାର କରିଛି ଇସ୍ରାଏଲ୍ ସେନା । ଆଜି ସକାଳେ ଗାଜା ଷ୍ଟ୍ରିପରେ ଥିବା ହମାସ ଆତଙ୍କୀ ସଂଗଠନର ସାମରିକ କମ୍ପ୍ଲେକ୍ସ ଓ ସମ୍ମିଳନୀ କକ୍ଷରେ ଲଢୁଆ ବିମାନ ଯୋଗେ ହମଲା ହୋଇଥିଲା । ଏଥିରେ ମୃତାହ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।

ଦକ୍ଷିଣ ଗାଜା ସହର ପୂର୍ବାଞ୍ଚଳର ଖାଁ ୟୁନେସ୍ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲର ବାୟୁସେନା । ଏକ ବିବୃତ୍ତିରେ ସେନା କହିଛି, ପାଲେଷ୍ଟିନୀୟ ଆତଙ୍କବାଦୀ ଦକ୍ଷିଣ ଇଜ୍ରାଏଲ୍‌ରେ ବେଲୁନ୍‌ ବୋମା ନିକ୍ଷେପ କରିବା କାରଣରୁ ଇସ୍ରାଏଲ୍ ବାୟୁସେନା ଗାଜା ଷ୍ଟ୍ରିପ୍‌ ଉପରେ ବିମାନ ଆକ୍ରମଣ କରାଯାଇଛି । ଆକ୍ରମଣ ସମ୍ପର୍କିତ ଫଟୋ ବି ସାମନାକୁ ଆସିଛି ।

ସେନା କହିଛି, ଗାଜାରୁ ଜାରି ଆତଙ୍କବାଦୀ କାର୍ୟ୍ୟକଳାପକୁ ପ୍ରତିହତ କରିବା ପାଇଁ ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି । ମେ ୨୧ ପରେ ପୁଣି ଥରେ ଇସ୍ରାଏଲ୍ ଓ ଗାଜା ମଧ୍ୟରେ ଏୟାର ଷ୍ଟ୍ରାଇକ୍ ଓ ବେଲୁନ୍ ବୋମାମାଡ଼ ଆରମ୍ଭ ହୋଇଛି । ୧୧ ଦିନର ସଂଘର୍ଷ ପରେ ମେ ୨୧ ତାରିଖରେ ଇସ୍ରାଏଲ୍ ଓ ଗାଜା ମଧ୍ୟରେ ଅସ୍ତ୍ରବିରତି ରାଜିନାମା ହୋଇଥିଲା । ୧୧ ଦିନର ସଂଘର୍ଷରେ ୨୬୦ ପାଲେଷ୍ଟାଇନ୍ ଓ ୧୩ ଇସ୍ରାଏଲ ନାଗରିକ ମୃତ୍ୟୁବରଣ କରିଥିଲେ ।

Comments are closed.