Latest Odisha News

ଦେଶରୁ ୬୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୯ ଲକ୍ଷ ତଳେ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା କମିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଖସୁଛି ଆକ୍ଟିଭ୍ କେସ୍ । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬୨ହଜାର ୨୨୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ଗତକାଲି ଚିହ୍ନଟ ହୋଇଥିଲେ ୬୦ହଜାର ୪୭୧ ପଜିଟିଭ୍ । ଯାହାକି ଗତ ୭୭ ଦିନରେ ସର୍ବନିମ୍ନ ଥିଲା ।

ତେବେ ଗତକାଲି ଅପେକ୍ଷା ଆଜି ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି । ୨୪ ଘଣ୍ଟାରେ ଦେଶରୁ କରୋନା ନେଇଛି ୨ହଜାର ୫୪୨ ଜୀବନ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୭୨୬ । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୭୯ହଜାର ୫୭୩କୁ ବୃଦ୍ଧି ପାଇଛି ।

ଦେଶରେ ବଢୁଛି ସୁସ୍ଥହାର । କମୁଛି ଆକ୍ଟିଭ୍ କେସ୍ । ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି । ୨୪ ଘଣ୍ଟାରେ ଆଉ ୧ଲକ୍ଷ ୭ହଜାର ସୁସ୍ତ ହୋଇଛନ୍ତି । ଏବେ ଦେଶରେ ୮ଲକ୍ଷ ୬୫ହଜାର ୪୩୨ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.