ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ହମାସ ବିରୁଦ୍ଧରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ ଜାରୀ ରଖିଥିଲା । ତେବେ ଗୁରୁବାର ଇସ୍ରାଏଲ ହଠାତ ରଣନୀତିରେ ପରିବର୍ତନ କରି ଆଶ୍ଚର୍ଯ୍ୟଜନକ ଭାବେ ସିରିୟା ଉପରେ ଆକ୍ରମଣ କରିଛି । ଅଲ ୱତନରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇସ୍ରାଏଲ ଦମଶିକ ଓ ଅଲେପ୍ପୋ ଆନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ଆକ୍ରମଣ କରିଛି । ଏହି ଦୁଇ ବିମାନ ବନ୍ଦରକୁ ଏବେ ବନ୍ଦ କରି ଦିଆଯାଇଛି । ରନୱେ ଉପରେ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଇଥିଲା ଯେପରି ବିମାନ ଚଳାଯାଇ ପାରିବ ନାହିଁ । ଇରାନରୁ ଏହି ବିମାନ ବନ୍ଦର ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଆସୁଥିବା ଆଶଙ୍କା କରା ଯାଉଥିଲା । ଏହାକୁ ବନ୍ଦ କରିବା ପାଇଁ ଇସ୍ରାଏଲ ଏହି ପଦକ୍ଷେପ ଗ୍ରହଣ କରିଛି ।
ସିରିୟା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଛି । ବର୍ତମାନ ଲେବାନନ, ସିରିୟା ଓ ହମାସ ସହ ଇସ୍ରାଏଲ ଏକା ସମୟରେ ଯୁଦ୍ଧ ଲଢ଼ୁଛି କହିଲେ ଭୁଲ ହେବନି । ଅକ୍ଟୋବର ୭ରେ ଶବାତ (ୟେହୁଦିଙ୍କ ଛୁଟି ଦିନ) ପାଳନ କରୁଥିବା ବେଳେ ଇସ୍ରାଏଲ ସୀମାରେ ପ୍ରବେଶ କରି ହମାସର ଆତଙ୍କବାଦୀମାନେ ଏଠାରେ ନାରକୀୟ କାଣ୍ଡ ରଚିଥିଲେ । ଇସ୍ରାଏଲ ଏବେ ଏହାର ପାଲଟା ଜବାବ ଦେବାରେ ଲାଗିଛି ।
Comments are closed.