ତେଲ ଅବୀବ: ଇସ୍ରାଏଲ ବୁଧବାର ମିଶର ରାସ୍ତା ଦେଇ ଗାଜାକୁ ମାନବୀୟ ସହାୟତା ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବାକୁ ରାଜି ହୋଇଛି । ତେବେ ଏଥିନେଇ ୩ଟି ସର୍ତ ରଖାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅନୁରୋଧ ଯୋଗୁ ଆମେ ଏଥିନେଇ ସହମତି ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । କେବେ ଏହାଠାରୁ ଏହି ଅନୁମତି ପ୍ରଦାନ କରାଯିବ ସେ ନେଇ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ । ଇସ୍ରାଏଲର ପ୍ରଥମ ସର୍ତ ଅନୁସାରେ ସେମାନେ ଖାଦ୍ୟ, ପାନୀୟ ଓ ଔଷଧ ଯୋଗାଣ ଉପରେ କୌଣସି ପ୍ରକାରର କଟକଣା ଲଗାଇବେ ନାହିଁ । ଇନ୍ଧନ ସାମଗ୍ରୀ ଉପରେ କୌଣସି ବୟାନ ଦିଆଯାଇ ନାହିଁ । ଦ୍ୱିତୀୟ ସର୍ତରେ ଇସ୍ରାଏଲ ତାର ଅଂଚଳ ଦେଇ କୌଣସି ପ୍ରକାର ସହଯୋଗ ପଂହଚାଇବା ପାଇଁ ଅନୁମତି ଦେବନି । କେବଳ ମିଶର ସୀମା ଦେଇ ଏହି କାର୍ଯ୍ୟ କରିହେବ । ତୃତୀୟ ସର୍ତରେ ଆନ୍ତର୍ଜାତୀୟ ରେଡକ୍ରସକୁ ଗାଜାରେ ବନ୍ଧକ ଥିବା ଇସ୍ରାଏଲଙ୍କୁ ସାକ୍ଷାତ ପାଇଁ ଅନୁମତି ମିଳିବା ଦରକାର ।
ଇସ୍ରାଏଲର ଏହି ସର୍ତ ଉପରେ ହମାସ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଇତି ମଧ୍ୟରେ ଲେବାନନରେ ପରିସ୍ଥିତି ଜଟିଳ ହେବାକୁ ଥିବାରୁ ଆମେରିକା ଏବଂ ଅନ୍ୟ ଦେଶ ସେମାନଙ୍କ ନାଗରିକଙ୍କୁ ଫେରି ଆସିବା ପାଇଁ ନିର୍ଦ୍ଦେଶାନାମା ଜାରୀ କରିଛନ୍ତି ।
Comments are closed.