Latest Odisha News

ଲେବାନନ ସୀମାକୁ ଲାଗି ରହିଥିବା ଗ୍ରାମଗୁଡିକ ଖାଲି କରାଇଲା ଇସ୍ରାଏଲ, ଇରାନ ଉସୁକାଉଥିବା ଅଭିଯୋଗ

ତେଲ ଅବୀବ: ହମାସର ନାରକୀୟ କାଣ୍ଡ ପରେ ଇସ୍ରାଏଲ ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ହମାସ ଆତଙ୍କବାଦୀଙ୍କୁ ଇସ୍ରାଏଲ ପକ୍ଷରୁ ଆକ୍ରମଣ କରାଯାଉଥିବା ବେଳେ ଲେବାନନ ଏବେ ଏଥିରେ ସାମିଲ ହୋଇଛି । ଏହାକୁ ଦେଖି ଇସ୍ରାଏଲ ଲେବାନନ ସୀମା ନିକଟରେ ଥିବା ୨୮ ଗ୍ରାମର ବାସିନ୍ଦାଙ୍କୁ ଜାଗା ଖାଲି କରିବା ପାଇଁ କହିଛି । ଲେବାନନର ହିଜବୁଲ୍ଲା ଓ ପାଲେଷ୍ଟାଇନର ହମାସ ସହ ଇସ୍ରାଏଲ ଏବେ ଏକା ସମୟରେ ଲଢ଼େଇ କରୁଛି । ଲେବାନନକୁ ଇରାନ ଉସୁକାଉଥିବା ଇସ୍ରାଏଲ ଅଭିଯୋଗ ଆଣିଛି । ଇସ୍ରାଏଲ ସେନା ଆସିବା ପୂର୍ବରୁ ଗ୍ରାମବାସୀମାନେ ପ୍ରସ୍ତୁତ ହୋଇ ରହିଥିଲେ । ସେମାନଙ୍କୁ ସରକାରୀ ଗେଷ୍ଟ ହାଉସରେ ରଖାଯାଇଛି । ଅପରପକ୍ଷରେ ଗାଜା ନିକଟରେ ଇସ୍ରାଏଲ ସେନା ଠୁଳ ହେବାରେ ଲାଗିଛନ୍ତି । ସରକାରଙ୍କ ଆଦେଶ ମିଳିବା ପରେ ସେମାନେ ଗାଜାରେ ପ୍ରବେଶ କରିବେ ।

ଇସ୍ରାଏଲ ଯଦି ଆକ୍ରମଣ ବନ୍ଦ ରଖେ ତେବେ ବନ୍ଧକମାନଙ୍କୁ ହମାସ ଗୋଷ୍ଠୀ ଛାଡିଦେବେ ବୋଲି ଇରାନ କହିଛି । ଇସ୍ରାଏଲ ଏହି କଥାକୁ ଗୁରୁତ୍ୱ ଦେଇ ନାହିଁ । ରିପୋର୍ଟ ମୁତାବକ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୁଦ୍ଧ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ ଖୁବ ଶୀଘ୍ର ଇସ୍ରାଏଲ ଯିବେ ବୋଲି ଘୋଷଣା କରିଛନ୍ତି । ଇସ୍ରାଏଲ ଏବଂ ଆମେରିକା ପାଇଁ ଇରାନ ମୁଣ୍ଡ ବ୍ୟଥାର କାରଣ ହୋଇଥିବାରୁ ଏହି ଯୁଦ୍ଧ ଭୀଷଣ ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।

Comments are closed.