Latest Odisha News

BREAKING NEWS

ଅକ୍ଟୋବର ୨୦ରୁ ପରିବା ବିକ୍ରି ବନ୍ଦ ପାଇଁ ଚେତାବନୀ ଦେଲା ଏକ ନମ୍ବର ହାଟ ବ୍ଯବସାୟୀ ସଂଘ

ଭୁବନେଶ୍ବର: ରାସ୍ତା ଅବରୋଧ ଯୋଗୁଁ ଭୁବନେଶ୍ୱରର ପରିବା ବ୍ୟବସାୟୀମାନେ ଅକ୍ଟୋବର ୨୦ରୁ ପରିବା ବିକ୍ରି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

BjdElectrycity

ଏକ ନମ୍ବର ମାର୍କେଟ୍କୁ ଯାଉଥିବା ଦୁଇଟି ଆପ୍ରୋଚ୍ ରୋଡ୍ ମଧ୍ୟରୁ ଗୋଟିଏରେ ଟ୍ରକ୍, ଟେମ୍ପୋ, ପରିବା ବୋଝେଇ ଅନ୍ୟ ଗାଡ଼ି ଚଳାଚଳ କରୁଥିବା ବେଳେ ଶୀତବସ୍ତ୍ର, ପର୍ବପର୍ବାଣୀ ସାମଗ୍ରୀ ବିକ୍ରି କରୁଥିବା ଅସ୍ଥାୟୀ ଦୋକାନ, ପୂଜା ମଣ୍ଡପ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛି। ଫଳରେ ଗଣେଶ ପୂଜା ପରଠାରୁ ପରିବା ଅନଲୋଡ୍ କରିବା ପାଇଁ ମାଲବାହୀ ଗାଡ଼ି ବଜାରରେ ପହଞ୍ଚି ପାରୁନାହିଁ।

ବଜାରର ପରିବା ବ୍ୟବସାୟୀ ସଂଘ ଏ ନେଇ ୟୁନିଟ୍-୧ ବ୍ୟବସାୟୀ ସଂଘ ସହ ଆଲୋଚନା କରିଥିଲେ ମଧ୍ୟ ଆବାସିକ ଅଞ୍ଚଳରେ ଥିବା ଅନ୍ୟ ଏକ ରାସ୍ତା ବ୍ୟବହାର କରିବାକୁ କୁହାଯାଇଛି। ତେବେ ନିଜ ଅଞ୍ଚଳରେ ପରିବା ବୋଝେଇ ଗାଡି ଚଳାଚଳକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ସାଧାରଣତଃ ବାହାର ସ୍ଥାନରୁ ପ୍ରାୟ ୧ହଜାର ଗାଡ଼ି ପ୍ରତିଦିନ ପରିବା ଯୋଗାଇବା ପାଇଁ ବଜାରକୁ ଆସିଥାନ୍ତି। ତେବେ ରାସ୍ତା ଅବରୋଧ ଯୋଗୁ ବ୍ୟବସାୟୀଙ୍କ ଷ୍ଟକ୍ କମିବା ସହ ଖୋଲାରେ ପରିବା ରଖି ପାରୁନାହାନ୍ତି। ସମସ୍ୟାର ସମାଧାନ ନହେଲେ ଅକ୍ଟୋବର ୨୦ରୁ ପରିବା ବିକ୍ରି ବନ୍ଦ କରାଯିବ ବୋଲି ପରିବା ବ୍ୟବସାୟୀ ସଂଘ ଚେତାବନୀ ଦେଇଛି।

ଭୁବନେଶ୍ୱରବାସୀଙ୍କ ପାଇଁ ଏହା ଏକ ଗମ୍ଭୀର ଚିନ୍ତାର କାରଣ ହେଉଛି ୟୁନିଟ୍-୧ ଡେଲି ମାର୍କେଟ୍ ହେଉଛି ରାଜଧାନୀର ସବୁଠାରୁ ବଡ଼ ପାଇକାରୀ ପରିବା ମାର୍କେଟ୍। ବ୍ୟବସାୟୀମାନେ ପରିବା ବିକ୍ରି ବନ୍ଦ କଲେ ସହରରେ ପରିବା ଅଭାବ ଦେଖାଦେବ ଓ ଦର ବଢ଼ିବ।

Leave A Reply

Your email address will not be published.