Latest Odisha News

BREAKING NEWS

ଇସ୍ରାଏଲ ଉପରେ ମିଶାଇଲ ଆଟାକ କଲେ ହୁଥି ବିଦ୍ରୋହୀ 

ନୂଆଦିଲ୍ଲୀ: ୟେମେନରୁ ଇସ୍ରାଏଲ ଆଡକୁ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଯାହା ଫଳରେ ଅନେକ ଅଞ୍ଚଳରେ ସାଇରନ ବାଜିଥିଲା।ଇସ୍ରାଏଲୀ ସେନା (ଆଇଡିଏଫ) ଶନିବାର ଦିନ ଏଭଳି ଦାବି କରିଛି।

ଇସ୍ରାଏଲୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ତୁରନ୍ତ କ୍ଷେପଣାସ୍ତ୍ରକୁ ଅଟକାଇଥିଲା। ଏହା ସହିତ ନାଗରିକମାନଙ୍କୁ ହୋମ ଫ୍ରଣ୍ଟ କମାଣ୍ଡର ନିର୍ଦ୍ଦେଶ ପାଳନ କରିବାକୁ ନିବେଦନ କରାଯାଇଛି।ଆଇଡିଏଫ ଏକ ବିବୃତ୍ତି ଜାରି କରି କହିଛି ଯେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ସମ୍ପୂର୍ଣ୍ଣ ସକ୍ରିୟ ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ। ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଇସ୍ରାଏଲ ୟେମେନର ହୁଥି ବିଦ୍ରୋହୀମାନଙ୍କୁ ଚେତାବନୀ ଦେଇଛି ଯେ ଯଦି ସେମାନେ ଗାଜାକୁ ସମର୍ଥନ କରି ଆକ୍ରମଣ ଜାରି ରଖନ୍ତି, ତେବେ ସେମାନଙ୍କୁ ନୌସେନା ଏବଂ ବାୟୁ ଅବରୋଧର ଶିକାର ହେବାକୁ ପଡ଼ିପାରେ।

ଉଲ୍ଲେଖନୀୟ ଯେ ଅକ୍ଟୋବର ୨୦୨୩ରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ହୁଥି ବିଦ୍ରୋହୀମାନେ ଇସ୍ରାଏଲ ଉପରେ ଅନେକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲେ। ଯାହାର ଜବାବ ମଧ୍ୟ ଦେଇଥିଲା ଇସ୍ରାଏଲ।

 

Comments are closed.