Latest Odisha News

BREAKING NEWS

ଭୂମିକମ୍ପ ପୀଡ଼ିତ ସିରିଆ ଉପରେ ମିସାଇଲ୍ ମାଡ଼ କଲା ଇସ୍ରାଏଲ୍‌; ୧୫ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଭୂମିକମ୍ପ ପୀଡ଼ିତ ସିରିଆଇରେ ଇସ୍ରାଏଲ୍‌ର ମିସାଇଲ ମାଡ଼। ରବିବାର ସକାଳେ ଇସ୍ରାଏଲ୍‌ ସିରିଆର ରାଜଧାନୀ ଦମିସ୍କରେ ମିସାଇଲ ମାଡ଼ କରିଛି। ଲୋକେ ରହୁଥିବା ଏକ ବିଲ୍‌ଡିଂରେ ଆକ୍ରମଣ କରିଛି ଇସ୍ରାଏଲ୍। ଏଥିରେ ୧୫ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ସିରିଆ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏକ ରେସିଡେନ୍ସିଆଲ ବିଲ୍‌ଡିଂ(ଲୋକେ ରହୁଥିବା ବିଲ୍ଡିଂ)ରେ ଆକ୍ରମଣ ହୋଇଥିବା ସିରିଆ ମିଡିଆରେ ଖବର ପ୍ରକାଶ ପାଇଛି।। ସେହିପରି ସିରିଆ ମାନବାଧିକାର ପର୍ଯ୍ୟବେକ୍ଷଣ ସଂସ୍ଥାରୁ ଖବର ନେଇ ନ୍ୟୁଜ ସଂସ୍ଥା ଏଏଫ୍‌ପି ମଧ୍ୟ ସମାନ ଖବର ଛାପିଛି। ସେହିପରି ରୟଟର୍ସର ରିପୋର୍ଟ ଅନୁସାରେ ଇରାନୀ ସୈନ୍ୟ ଠିକଣା ନିକଟରେ ଏହି ଆକ୍ରମଣ କରାଯାଇଛି।

ଇରାନୀ ସୈନ୍ୟ ଠିକଣା ଥିବା କଫ୍ର ସୌସା ଏରିଆ କଡ଼ା ସୁରକ୍ଷା ଭିତରେ ରହିଥାଏ। ଏଠାରେ ବରିଷ୍ଠ ସୁରକ୍ଷା ଅଧିକାରୀ, ସିକ୍ୟୁରିଟି ବ୍ରାଞ୍ଚ ଓ ଗୁଇନ୍ଦା ମୁଖ୍ୟାଳୟ ରହିଛି। ଶନିବାର ବିଳମ୍ବିତ ରାତି ୧୨.୩୦ ସମୟରେ ଏହି ଆକ୍ରମଣ ହୋଇଥିଲା। ଲୋକେ ଭୟଭୀତ ହୋଇଯାଇଥିଲେ। ଏହାପରେ ଆକ୍ରମଣର ଭୟାବହତା ଜଣାପଡିଥିଲା।

ସୂଚନା ଅନୁସାରେ ଇସ୍ରାଏଲ୍ ଅନେକ ସମୟରେ ସିରିଆର ଦମିସ୍କ ଓ ଆଖପାଖ ଅଞ୍ଚଳକୁ ଟାର୍ଗେଟ କରିଥାଏ। ଏହା ପୂର୍ବରୁ ଶୁକ୍ରବାର(ଫେବ୍ରୁଆରୀ ୧୭) ସିରିଆରେ ଆକ୍ରମଣ ହୋଇଥିଲା। ଏଥିରେ ପାଖାପାଖି ୫୩ ଲୋକଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ଆକ୍ରମଣ ଇସ୍ରାଏଲ୍‌ ନୁହେଁ ଆଇଏସ୍ଆଇଏସ୍ଆଇ ଆତଙ୍କବାଦୀ କରିଥିଲା।

 

Leave A Reply

Your email address will not be published.