Latest Odisha News

BREAKING NEWS

ନିକ୍କି ଯାଦବ ହତ୍ୟା ଘଟଣା: ଷଡଯନ୍ତ୍ରରେ ସାମିଲ ଥିଲେ ଦିଲ୍ଲୀ ପୋଲିସ କର୍ମଚାରୀ

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ମିଳିଥିବା ତଥ୍ୟ ଅନୁଯାୟୀ, ନିକ୍କିର ହତ୍ୟା ୫ଜଣ ମିଶି କରିଥିଲେ । ଏହି ୫ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ଜଣେ ପୋଲିସ କର୍ମଚାରୀ । ଏହି ପୋଲିସ କର୍ମଚାରୀଜଣକ ଦିଲ୍ଲୀ ପୋଲିସର କନେଷ୍ଟବଲ । ଅଭିଯୋଗ ଅନୁଯାୟୀ ନିକ୍କିର ରୁମ ପାର୍ଟନର ସାହିଲ ଗହଲୋତ ଚାର୍ଜିଂ କେବୁଲରେ ତଣ୍ଟିଚିପି ହତ୍ୟା କରିଥିଲା । ପୋଲିସର କହିବା ଅନୁଯାୟୀ, ସାହିଲର ବାପା, ଦୁଇ ସମ୍ପର୍କୀୟ ଭାଇ ଏବଂ ୨ ଜଣ ସାଙ୍ଗା ଏହି ଷଡଯନ୍ତ୍ରରେ ତାକୁ ସାହାଯ୍ୟ କରିଥିଲେ । ନିକ୍କିକୁ ମାରି ସେମାନେ ଫ୍ରିଜରେ ଲୁଚାଇ ରଖିଥିଲେ ।ଏହି ଅଭିଯୁକ୍ତଙ୍କ ମଧ୍ୟରୁ ସାହିଲର ଜଣେ ସମ୍ପର୍କୀୟ ଭାଇ ଦିଲ୍ଲୀ ପୋଲିସରେ କନେଷ୍ଟବଲ ଥିବା ଜଣାଯାଇଛି ।

ପୋଲିସର କହିବା ଅନୁଯାୟୀ, ନିକ୍କି ସହ ମୁଖ୍ୟ ଅଭିଯୁକ୍ତ ସାହିଲର ବିବାହ ୨୦୨୦ରେ ହୋଇଥିଲା । ହେଲେ ସାହିଲର ପରିବାର ଏହାକୁ ଗ୍ରହଣ କରି ନ ଥିଲେ । ସେମାନେ ନିକ୍କିକୁ ତାଙ୍କ ପୁଅ ଜୀବନରୁ ଦୁରେଇ ଦେବା ପାଇଁ ଚାହୁଁଥିଲେ । ନିକ୍କିକୁ ଦୂରେଇ ସାହିଲକୁ ଅନ୍ୟ ଯୁବତୀଙ୍କ ସହ ବିବାହ କରାଇବା ଲାଗି ତାଙ୍କ ପରିବାର ଲୋକେ ଯୋଜନା କରୁଥିଲେ । ପିଟିଆଇକୁ ଦେଇଥିବା ସୂଚନା ଅନୁଯାୟୀ, ସାହିଲଙ୍କ ପରିବାର ଲୋକେ ସାହିଲ ଉପରେ ସବୁବେଳେ ନିକ୍କିକୁ ଛାଡିବା ପାଇଁ ଚାପ ପକାଉଥିଲେ । ଏପରି ୨୦୨୦ ଡସେମ୍ବରରେ ତାଙ୍କର ଦ୍ଵିତୀୟ ବିବାହ କରିବା ପାଇଁ ସ୍ଥିର କରିଥିଲେ । ହେଲେ ନିକ୍କିକୁ ଏହା ଲୁଚାଇ ରଖିଥିଲେ ।

ସାହିଲ ଗହଲୋତ ତିନି ଘଣ୍ଟା ଧରି ନିକ୍କି ସହ ଲଢିବା ପରେ ତାକୁ ଚାର୍ଜିଂ କେବୁଲରେ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ଅନ୍ୟ ଅଭିଯୁକ୍ତଙ୍କ ସହାୟତାରେ ମିଶି ନିକ୍କିର ଶବକୁ ଫ୍ରିଜରେ ରଖିଥିଲେ । ସେମାନେ ଭାବିଥିଲେ ଯେଫ୍ରିଜରେ ଶବକୁ ରଖିଲେ ଏଥିରୁ ଦୁର୍ଗନ୍ଧ ବାହାରିବ ନାହିଁ । ଆଉ ଏକଥା ମଧ୍ୟ କାହାରି ନଜରକୁ ଆସିବ ନାହିଁ । କାରଣ ବାହାଘରେ ପାଇଁ ସମସ୍ତେ ଅତିକମରେ ୩ /୪ଦିନ ବ୍ୟସ୍ତ ରହିବେ । ଆଉ ଏହା ପରେ ଶବକୁ ବାହାରେ ନେଇ ଫିଙ୍ଗିବାର ବ୍ୟବସ୍ଥା କରିବେ ।
ହେଲେ ପୋଲିସ ଭାଲେଣ୍ଟାଇନ ଡେ ଦିନ ହିଁ ନିକ୍କିର ଶବକୁ ଜବତ କରିଥିଲା । ଦିଲ୍ଲୀରେ ୨ଥର ପାଇଁ ଲିଭ –ଇନ ପାର୍ଟନ୍ର ଦ୍ୱାରା ଯୁବତୀଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହା ପୂର୍ବରୁ ଶ୍ରଦ୍ଧା ବାକରଙ୍କୁ ତାଙ୍କ ଲିଭ-ଇନ ପାର୍ଟନର ଆଫତାବ ପୁନାବାଲା ହତ୍ୟା କରିଥିଲା ।

Leave A Reply

Your email address will not be published.