ନୂଆଦିଲ୍ଲୀ: ବର୍ଷା ଦିନ ଆସିଲେ, ପ୍ରାୟ ବଜ୍ରପାତରେ ଅନେକ ଲୋକଙ୍କ ଜୀବନ ଯାଏ । ପୂର୍ବ ସତର୍କର ଅଭାବ ହେତୁ ଏଭଳି ଘଟଣା ପ୍ରାୟ ବର୍ଷା ଦିନେ ଦେଖିବାକୁ ମିଳିଥାଏ । ଏପର୍ଯ୍ୟନ୍ତ ବ୍ରଜପାତରେ ହଜାର ହଜାର ଲୋକ ଜୀବନ ହାରିଲେଣି । କେବଳ ଜୀବନ ନୁହେଁ ଅନେକ ଧନସମ୍ପତ୍ତି ମଧ୍ୟ କ୍ଷତି ହୁଏ । ରିପୋର୍ଟ ଅନୁସାରେ, ବଜ୍ରପାତର ଶିକାର ହେଉଥିବା ପ୍ରାୟ ୧୦ ପ୍ରତିଶତ ଲୋକ ମୃତ୍ୟୁବରଣ କରୁଥିବା ବେଳେ ପ୍ରାୟ ୯୦ ପ୍ରତିଶତ ଲୋକଙ୍କୁ ବିକଳାଙ୍ଗ କରିଦିଏ ।
କିନ୍ତୁ ଏବେ ଆଉ ନୁହେଁ, ଏବେ କେଉଁଠି, କେତେବେଳେ ବଜ୍ରପାତ ହେବ ସେନେଇ ସତର୍କ କରାଇବ ଇସ୍ରୋ । ଏବେ ଆପଣ ଆଗରୁ ଜାଣିଯିବେ ଯେ ଆପଣଙ୍କ ସହର କିମ୍ବା ଗାଁରେ ବଜ୍ରପାତ ହେବାକୁ ଯାଉଛି କି ନାହିଁ । ISRO ବଜ୍ରପାତର ପୂର୍ବାନୁମାନ କରିବା ନେଇ ଏକ ବଡ ଉପଲବ୍ଧି ହାସଲ କରିଛି । ଭାରତୀୟ ଜିଓଷ୍ଟେଶନାରୀ ସାଟେଲାଇଟ୍ରୁ ତଥ୍ୟ ସଂଗ୍ରହ କରି ବଜ୍ରପାତର ପୂର୍ବାନୁମାନ କରିବାରେ ସଫଳ ହୋଇପାରିଛି । ଏହି ସଫଳତା ଇସ୍ରୋର ଜାତୀୟ ଦୂରବର୍ତ୍ତୀ ସେନ୍ସିଂ କେନ୍ଦ୍ର ଦ୍ୱାରା ହାସଲ କରାଯାଇଛି ।
ଅଢେଇ ଘଣ୍ଟା ପୂର୍ବରୁ ବାଜିବ ସତର୍କ ଘଣ୍ଟି
ଇସ୍ରୋର ନ୍ୟାସନାଲ ରିମୋଟ୍ ସେନ୍ସିଂ ସେଣ୍ଟର, ଏନଆରଏସସିର ବୈଜ୍ଞାନିକମାନେ INSAT-3D ସାଟେଲାଇଟ୍ ରୁ ପ୍ରାପ୍ତ ‘ବାହ୍ୟ ଲଙ୍ଗୱେଭ୍ ରେଡିଏସନ୍’ରେ ବଜ୍ରପାତ ନେଇ ବିଶେଷ ସଙ୍କେତ ପର୍ଯ୍ୟବେକ୍ଷଣ କରିଥିଲେ। ବୈଜ୍ଞାନିକମାନେ ଜାଣିପାରିଲେ ଯେ ଯେତେବେଳେ OLR ର ଗତି ହ୍ରାସ ପାଏ, ସେତେବେଳେ ବଜ୍ରପାତର ସମ୍ଭାବନା ବୃଦ୍ଧି ପାଏ। ଆଉ ଭାରତୀୟ ଭୂତତ୍ତ୍ୱ ଉପଗ୍ରହର ତଥ୍ୟ ବ୍ୟବହାର କରି ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପ୍ରାୟ ୨.୫ ଘଣ୍ଟା ପୂର୍ବରୁ ଏହି ବଜ୍ରପାତର ପୂର୍ବାନୁମାନ କରାଯାଇପାରିବ । ଯାହା କେବଳ ଭାରତ ନୁହେଁ ସାରା ବିଶ୍ବର ବିପର୍ଯ୍ୟୟ ପରିଚାଳନା ଦିଗରେ ଏକ ବଡ ଅସ୍ତ୍ର ଭଳି କାମ କରିବ ।
ବଜ୍ରପାତ କାହିଁକି ଘଟେ?
ଇସ୍ରୋ ଅନୁଯାୟୀ, ଟ୍ରପୋସଫିସରରେ ଆଞ୍ଚଳିକ ପାରାମିଟରଗୁଡିକର ଜଟିଳ ପାରସ୍ପରିକ କ୍ରିୟା ହେତୁ ବାୟୁମଣ୍ଡଳୀୟ ବଜ୍ରପାତ ହୁଏ । ଏବଂ ଇସ୍ରୋର ଏନଆରଏସସି ଅନୁସନ୍ଧାନକାରୀମାନେ INSAT-3D ଉପଗ୍ରହରୁ ପ୍ରାପ୍ତ ଲଙ୍ଗୱେଭ୍ ବିକିରଣ ତଥ୍ୟରେ ବଜ୍ରପାତ ସୃଷ୍ଟିର ସୂଚକ ଦେଖିଥିଲେ ।
ପୂର୍ବାନୁମାନ କିପରି କରାଯିବ?
ଲଙ୍ଗୱେଭ୍ ବିକିରଣର ହ୍ରାସ ହେଉଛି ସମ୍ଭାବ୍ୟ ବଜ୍ରପାତର ସୂଚକ । ଇନସାଟ୍ ସିରିଜ୍ ଉପଗ୍ରହରୁ ପ୍ରାପ୍ତ ତଥ୍ୟ ବଜ୍ରପାତର ସୃଷ୍ଟି ଚିହ୍ନଟ ପାଇଁ ବ୍ୟବହୃତ ହୋଇଥିଲା । ଏଥିରେ ଅନ୍ୟାନ୍ୟ ପାରାମିଟର ଯେପରିକି ଭୂମି ପୃଷ୍ଠର ତାପମାତ୍ରା (LST) ଏବଂ ପବନ ଭଳି ସୂଚକାଙ୍କ, ବଜ୍ରପାତର କାର୍ଯ୍ୟକଳାପର ପୂର୍ବାନୁମାନ ଏବଂ ଚିହ୍ନଟ କରିବାରେ ଅନ୍ତର୍ଭୂକ୍ତ କରାଯାଇଥିଲା । ଆଉ ଏହା ସଫଳ ପୂର୍ବକ ଭାବେ ବଜ୍ରପାତର ପୂର୍ବାନୁମାନ କରିଥିଲା । ଏହି ପାରାମିଟରଗୁଡିକ ବିଜୁଳିର କାର୍ଯ୍ୟକଳାପ, କେବେ ଚରମ ଗତିରେ ରହିବ କିମ୍ବା ହ୍ରାସ ହେବ । ଯାହାଦ୍ବାରା ବଜ୍ରପାତ ଏବଂ ଏହାର ତୀବ୍ରତାର ପୂର୍ବାନୁମାନ କରିହେବ ।
Comments are closed.