Latest Odisha News

BREAKING NEWS

ଇସ୍ରୋକୁ ଲିଫ୍ ଏରିକସନ ଲୁନାର ପୁରସ୍କାର

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ମିଳିଲା ଲିଫ ଏରିକସନ ଲୁନାର ପୁରସ୍କାର।ଚନ୍ଦ୍ରଯାନ-୩ର ସଫଳତା ପାଇଁ ଲିଫ ଏରିକସନ ଲୁନାର ପୁରସ୍କାରରେ ପ୍ରଦାନ କରାଯାଇଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରାଇ ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ କୀର୍ତ୍ତିମାନ ସ୍ଥାପନ କରିଥିଲା ଭାରତ । ତେବେ ଇସ୍ରୋର ଏହି ଐତିହାସିକ ସଫଳତା ପାଇଁ ସମସ୍ତ ଦେଶରୁ ଶୁଭେଚ୍ଛା ଛୁଟିଥିବା ବେଳେ ଇସ୍ରୋକୁ ପୁରସ୍କାର ପ୍ରଦାନ କରାଯାଇଛି । ରାଷ୍ଟ୍ରଦୂତ ବାଲାଶୁଭ୍ରମନ୍ୟମ ଶ୍ୟାମ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଚନ୍ଦ୍ରଯାନ-୩ ଦ୍ବାରା ମହାକାଶୀୟ ରହସ୍ୟକୁ ଲୋକଲୋଚନକୁ ଆଣିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଇସ୍ରୋକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ଘୋଷଣା ହେବା ପରେ ଇସ୍ରୋ ଅଧ୍ୟକ୍ଷ ଏସ୍‌ ସୋମନାଥ ମଧ୍ୟ ଖୁସି ବ୍ୟକ୍ତ କରିବା ସହିତ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ ଲିଫ ଏରିକସନ ଲୁନାର ପୁରସ୍କାର ପାଇଁ ବଧେଇ ଦେଇଛନ୍ତି । ଚନ୍ଦ୍ରଯାନ-୩ ଦେଶର ପ୍ରତିଷ୍ଠାକୁ ଆହୁରି ଆଗକୁ ବଢ଼ାଇବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ । ଲିଫ ଏରିକସନକୁ ଖ୍ରୀଷ୍ଟୋଫର୍ କଲମ୍ବସରୁ ୪୦୦ ବର୍ଷ ପୂର୍ବେ ଆମେରିକୀୟ ମାଳଦ୍ୱୀପରେ ପହଞ୍ଚିଥିବା ପ୍ରଥମ ୟୁରୋପୀୟ ବୋଲି ବିବେଚନା କରାଯାଏ । ଏହି ବର୍ଷିକ ପୁରସ୍କାର ତାଙ୍କ ନାମରେ ହିଁ ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.