Latest Odisha News

BREAKING NEWS

ଡକାୟତି ଯୋଜନା ଚାଲିଥିବାବେଳେ କାବୁ କଲା ପୋଲିସ, ୫ ଗିରଫ

ଭୁବନେଶ୍ବର: ଡକାୟତି ଯୋଜନା ଚାଲିଥିବାବେଳେ ଏହାକୁ ପଣ୍ଡ କଲା ପୋଲିସ । ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ଵର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ଭିତରୁ ୪ ଜଣ ହେଲେ ଅମରନାଥ ସଫେରା(୨୪), ଗୋବିନ୍ଦା ସଫେରା(୨୧), ଦେବେନ୍ଦ୍ର ସଫେରା(୨୦), ଗୋପାଳ ସଫେରା(୨୦) ଏମାନେ ମଧ୍ୟପ୍ରଦେଶ ର ହୋଇଥିବାବେଳେ, ଆଉ ଜଣେ ଧର୍ମରାଜ (୨୮) ରାଜସ୍ଥାନ ର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ମଞ୍ଚେଶ୍ବର ଥାନା ଅଧୀନ ହାଡବାଇ ବସ୍ତି ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିର ନିକଟସ୍ଥ ପୁରୁଣା ଇଟାଭାଟି ଅଞ୍ଚଳରେ ଥିବା ଏକ ନିଛାଟିଆ ସ୍ଥାନରେ 5 ଜଣ ଏକାଠି ବସି ସଶସ୍ତ୍ର ଡକାୟତି ଯୋଜନା କରୁଥିଲେ । ଏନେଇ ବିଶେଷ ସୂତ୍ରରୁ ସୂଚନା ପାଇ ମଞ୍ଚେଶ୍ଵର ପୋଲିସ ର ଏକ ପାଟ୍ରୋଲିଂ ଟିମ୍ ଥାନା ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ, ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ।

ଗରିଫ ଅଭିଯୁକ୍ତଙ୍କ ନିକଟରୁ ୫ଟି ମୋବାଇଲ ଫୋନ, ଦୁଇଟି ଲୁହା ଛଡ, ଦୁଇଟି ଲାଠି, ଏକ ସ୍ପ୍ରେ, କିଛି ମଦ ବୋତଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା ଟିମ୍ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ ଚକେଇସିଆଣୀ ଗ୍ରାମରେ ବଡଧରଣର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବା କଥା ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.