ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନକୁ ବଡ଼ ସଫଳତା । ଶ୍ରୀହରିକୋଟା ସ୍ପେଶପୋର୍ଟରୁ ହେଲା ଐତିହାସିକ ଉତକ୍ଷେପଣ । ମହାକାଶ ଗଲା ନାଭିଗେସନ୍ ସାଟେଲାଇଟ୍ NVS-02 । GSLV-F15 ରକେଟ୍ ଯୋଗେ ଉଡ଼ାଣ ଭରିଲା ନାଭିଗେସନ୍ ସାଟେଲାଇଟ୍ NVS-02 । ଶ୍ରୀହରିକୋଟାରୁ ସକାଳ ୬ଟା ୨୩ ମିନିଟରେ ଏହି ସଫଳ ଉତ୍କ୍ଷେପଣ କରାଯାଇଛି । ୧୦୦ତମ ଉତ୍କ୍ଷେପଣ କରି ଇତିହାସ ରଚିଛି ଇସ୍ରୋ । ଏନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛି ଇସ୍ରୋ ।
ଏହି ମିଶନର ଶୁଭାରମ୍ଭ ପରେ, ଭାରତ ମହାକାଶ ନେଭିଗେସନରେ ନୂତନ ଶିଖରରେ ପହଞ୍ଚିଛି। ସେପଟେ ଇସ୍ରୋର ଐତିହାସିକ ୧୦୦ ତମ ଉତକ୍ଷେପଣକୁ ନେଇ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ମହାକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହ । ଏକ୍ସରେ ଏକ ପୋଷ୍ଟ କରି ଶ୍ରୀ ସିଂହ ଲେଖିଛନ୍ତି, ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ କରି ଐତିହାସିକ ସଫଳତା ହାସଲ କରିଥିବାରୁ ଇସ୍ରୋକୁ ଅନେକ ଅନେକ ଅଭିନନ୍ଦନ। ରେକର୍ଡ ସଫଳତାର ଏହି ଐତିହାସିକ ମୁହୂର୍ତ୍ତରେ ମହାକାଶ ବିଭାଗ ସହିତ ଜଡିତ ହେବା ଏକ ସୌଭାଗ୍ୟର କଥା। ଆପଣମାନେ ସଫଳତାର ସହ GSLV-F15 / NVS-02 ଉତକ୍ଷେପଣ କରିଛନ୍ତି। ଏକ୍ସ ପୋଷ୍ଟରେ ଅଭିନନ୍ଦନ ଜଣାଇବା ସହ ମନ୍ତ୍ରୀ ଜିତେନ୍ଦ୍ର ସିଂହ ବୈଜ୍ଞାନିକ ବିକ୍ରମ ସାରାଭାଇ ଏବଂ ସତୀଶ ଧାୱନଙ୍କୁ ମଧ୍ୟ ମନେ ପକାଇଥିଲେ।
ଇସ୍ରୋ ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ GSLV-F15 ରକେଟ୍ ବ୍ୟବହାର କରି ଏକ ନାଭିଗେସନ୍ ସାଟେଲାଇଟ୍ ଉତକ୍ଷେପଣ କରିଛି। ଇସ୍ରୋର ନୂଆ ଅଧ୍ୟକ୍ଷ ବି. ନାରାୟଣନ ଦାୟିତ୍ବ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ମିଶନ ହୋଇଛି । ଶ୍ରୀହରିକୋଟାରୁ ଆଜି ସକାଳ ୬ଟା ୨୩ ମିନିଟରେ ଏହି ସଫଳ ଉତ୍କ୍ଷେପଣ କରାଯାଇଛି । ସ୍ବଦେଶୀ ଜ୍ଞାନ କୌଶଳିରେ ତିଆରେ ଏହି ରକେଟ୍ NVS-02 ଉପଗ୍ରହକୁ ଜିଓସିଂକ୍ରୋନ୍ସ ଟ୍ରାନ୍ପଫର ଅର୍ବିଟକୁ ପଠାଇବ। NVS-02 ଉପଗ୍ରହ ଭାରତୀୟ ନାଭିଗେସନ ପ୍ରଣାଳୀର ଏହା ଅଂଶ। ଏହା ଦ୍ବିତୀୟ ପିଢ଼ିର ଉପଗ୍ରହ, ଯିଏ ନାଭିଗେସନ ମ୍ୟାପ୍ ପାଇଁ କାର୍ଯ୍ୟ କରିବ। ଭାରତରେ ପ୍ରାୟ ୧୫ଶହ କି.ମି ପର୍ଯ୍ୟନ୍ତ ଏହା ସଠିକ୍ ସ୍ଥିତି, ବେଗ ଏବଂ ସମୟ ସେବା ଦେବା ପାଇଁ ଏହାକୁ ଡିଜଇନ୍ କରାଯାଇଛି। ଏହା କାଶ୍ମୀରରୁ କନ୍ୟାକୁମାରୀ ଏବଂ ଗୁଜରାଟରୁ ଅରୁଣାଚଳ ପର୍ଯ୍ୟନ୍ତ ଅଞ୍ଚଳକୁ କଭର କରିବ। ଏହା କେବଳ ସଡ଼କ ଯାତ୍ରା ପାଇଁ ନୁହେଁ ବରଂ ବିମାନ ଏବଂ ସମୁଦ୍ର ଯାତ୍ରା ପାଇଁ ମଧ୍ୟ ନୌଚାଳନରେ ସାହାଯ୍ୟ କରିବ।
Comments are closed.