Latest Odisha News

BREAKING NEWS

ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କୁ କ୍ୟାନସର

ବେଙ୍ଗାଳୁରୁ: ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନସର ହୋଇଥିବା ଏକ ସାକ୍ଷାତକାରରେ ସେ ନିଜେ ଏ ବିଷୟରେ କହିଛନ୍ତି । ଭାରତର ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ ବେଳେ ତାଙ୍କୁ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ । ଚନ୍ଦ୍ରଯାନ-୩ ମିଶନ ଲଂଚ ବେଳେ ସ୍ବାସ୍ଥ୍ୟ ସମ୍ବନନ୍ଧୀୟ ସମସ୍ୟା ଦେଖାଦେଇଥିଲା । କିନ୍ତୁ ସେତେବେଳେ ଠିକ୍ ଭାବେ କିଛି ଜଣାପଡ଼ିନଥିଲା । ହେଲେ ଗତବର୍ଷ ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ-୧ ମିଶନ ଲଞ୍ଚ ବେଳେ ତାଙ୍କୁ ଏହି ରୋଗ ଜଣାପଡ଼ିଥିଲା । ପେଟ ସ୍କାନ କରିବା ପରେ ଭିତରେ କିଛି ବଢୁଥିବା ଜଣାପଡ଼ିଥିଲା । ଏହା ପରେ ଡାକ୍ତରମାନେ ଏହାକୁ କ୍ୟାନସର ବୋଲି କହିଥିଲେ । କ୍ୟାନସର ସମ୍ପର୍କରେ ଜଣାପଡ଼ିବା ପରେ ସେ ଆଉ ତାଙ୍କ ପରିବାର ଚିନ୍ତିତ ହୋଇପଡ଼ିଥିଲେ ।

ଭଲ ଚିକିତ୍ସା ପାଇଁ ସେ ଚେନ୍ନାଇ ଯାଇଥିବା କହିଛନ୍ତି । ତାଙ୍କର ଏହି ରୋଗ ଜେନେଟିକଲି ମିଳିଛି ବୋଲି ଜାଣିବାକୁ  ପାଇଥିଲେ । ଏହା ପରେ ତାଙ୍କର ଅପରେସନ କରାଯାଇଥିଲା । ସେଠାରେ ତାଙ୍କର କେମୋଥେରାପି ମଧ୍ୟ ଚାଲିଥିଲା । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ବର୍ତମାନ ସେ ଔଷଧ ଖାଉଥିବା କଥା କହିଛନ୍ତି । କ୍ୟାନସରରୁ ପୁରାପୁରି ସୁସ୍ଥ ହେବା ପାଇଁ ଓ ଏହାର ଚିକିତ୍ସା କରିବା ପାଇଁ ଦୀର୍ଘ ସମୟ ଲାଗିବ ବୋଲି ସେ କହିଛନ୍ତି । ଏହା ଏକ ଲମ୍ବା ପ୍ରକ୍ରିୟା । କିନ୍ତୁ ସେ ଏହି ଯୁଦ୍ଧ ଲଢ଼ିବେ ବୋଲି କହିଛନ୍ତି । ହେଲେ ପୂର୍ବ ଅପେକ୍ଷା ସେ ଏବେ ସୁସ୍ଥ ଥିବା କହିଛନ୍ତି । ତାଙ୍କୁ କେବଳ ୪ ଦିନ ହସ୍ବିଟାଲରେ ରଖାଯାଇଥିଲା । ବିନା କୌଣସି ଯନ୍ତ୍ରଣାରେ ୫ମ ଦିନ ସେ କାର୍ଯକୁ ଫେରିଛନ୍ତି । ମେଡିକାଲ ଚେକଅପ୍ ଓ ସ୍କାନିଂ ଲଗାତାର କରାଯାଉଛି । ତାଙ୍କ କାମ ଏବଂ ଇସ୍ରୋର ମିଶନ ଉପରେ ଧ୍ୟାନ ଦେଉଛି ବୋଲି କହିଛନ୍ତି ଏସ. ସୋମନାଥ ।

 

 

Comments are closed.