Latest Odisha News

BREAKING NEWS

ପିଏସଏଲଭି-ସି୪୩ର ସଫଳ ଉତକ୍ଷେପଣ, କରିବ ପୃଥିବୀ ଅଧ୍ୟୟନ

ଶ୍ରୀହରିକୋଟା : ମହାକାଶକୁ ଉପଗ୍ରହ ଉତକ୍ଷେପଣ କରିବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)କୁ ଆଜି ଆଉ ଏକ ସଫଳତା ମିଳିଛି।

ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ସକାଳ ୯ଟା ୫୮ ମିନିଟ ସମୟରେ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍(ପିଏସଏଲଭି) ସି-୪୩ ମହାକାଶ ଯାନରେ ୮ଟି ଦେଶର ୩୦ଟି ଉପଗ୍ରହକୁ ଉତ୍କ୍ଷେପଣ କରାଯାଇଛି। ଏଚଓ୍ଵାଇଏସଆଇଏସ ଉପଗ୍ରହର ଓଜନ ୩୮୦ କେଜି ବୋଲି ଜଣାପଡ଼ିଛି।

ଇସ୍ରୋର କହିବାନୁଯାୟୀ- ପିଏସଏଲଭି ସି-୪୩ ଇସ୍ରୋର ୪୫ତମ ଉଡାଣ । ଏଥିରେ ଗୋଟିଏ ମାଇକ୍ରୋ ଓ ୨୯ଟି ନାନୋ ସାଟେଲାଇଟ ରହିଛି ।

ଏଚଆଇଭିଏସଆଇସି ଉପଗ୍ରହର ପ୍ରାଥମିକ ଉଦ୍ଦେଶ୍ୟ ପୃଥିବୀର ଉପରି ଭାଗ ସହିତ ଇଲୋକଟ୍ରୋନିକ ସ୍ପେକଟ୍ରମରେ ଇନପ୍ରିଡ ଏବଂ ସର୍ଟ ୱେଭ ଇନଫ୍ରେଡ ଅଞ୍ଚଳକୁ ଅନୁଧ୍ୟାନ କରିବ।

ଆହୁରି ମଧ୍ୟ ଉତକ୍ଷେପଣ କରାଯାଇଥିବା ସମସ୍ତ ସାଟେଲାଇଟ ମଧ୍ୟରେ ୨୩ଟି ସାଟେଲାଇଟ ଆମେରିକାର ଏବଂ ଅଷ୍ଟ୍ରେଲିଆ, କାନ୍ନାଡା, କଲୋମ୍ବିଆ, ଫିନଲ୍ୟାଣ୍ଡ, ମ୍ୟାଲେସିଆ, ନେଦରଲ୍ୟାଣ୍ଡ ଓ ସ୍ପେନର ଗୋଟିଏ ଗୋଟିଏ ସାଟେଲାଇଟ ସାମିଲ ରହିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.