Latest Odisha News

BREAKING NEWS

ବିଶ୍ୱକପ୍ ହକି: ଆଜି ଆର୍ଜେଣ୍ଟିନା-ସ୍ପେନ୍ ଓ ଫ୍ରାନ୍ସ-ନ୍ୟୁଜିଲାଣ୍ଡ ମୁକାବିଲା

ଭୁବନେଶ୍ୱର: ଓଡ଼ିଶା ବିଶ୍ୱକପ୍ ପୁରୁଷ ହକି ପ୍ରତିଯୋଗିତାର ଆଜି ୨ୟ ଦିବସରେ ଅଲିମ୍ପିକ ଚମ୍ପିୟାନ ଆର୍ଜେଣ୍ଟିନା ଦଳ ୟୁରୋପିଆନ ଟିମ୍ ସ୍ପେନକୁ ଭେଟୁଥିବା ବେଳେ ଅନ୍ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମ୍ ଫ୍ରାନ୍ସ ସହିତ ମୁକାବିଲା କରିବ ।

କଳିଙ୍ଗ ଷ୍ଟାଡ଼ିୟମରେ ସନ୍ଧ୍ୟା ୫ଟା ବେଳେ ଆର୍ଜେଣ୍ଟିନା-ସ୍ପେନ୍ ମ୍ୟାଚ୍ ଏବଂ ରାତି ୭ଟା ସମୟରେ ଫ୍ରାନ୍ସ-ନ୍ୟୁଜିଲାଣ୍ଡ ମ୍ୟାଚ ଅନୁଷ୍ଠିତ ହେବ । ଓଡ଼ିଶାର ହକିପ୍ରେମୀ ଏହି ଦୁଇଟି ମ୍ୟାଚର ଭରପୁର ଆନନ୍ଦ ନେବେ ବୋଲି ଆଶା ରହିଛି ।

ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଗତକାଲି ଭାରତୀୟ ଦଳ ଘରୋଇ ଦର୍ଶକଙ୍କ ସମ୍ମୁଖରେ ସୁନ୍ଦର ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ମ୍ୟାଚରେ କାନାଡ଼ାକୁ ୨-୧ ଗୋଲରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଛି ବେଲଜିୟମ ଦଳ ।

Leave A Reply

Your email address will not be published.