Latest Odisha News

BREAKING NEWS

ସମୁଦ୍ର ତଳେ କେତେ ଗଭୀରରେ ରହିଛି ରାମସେତୁ, ଇସ୍ରୋ ଜାରି କଲା ନକ୍ସା

ନୂଆଦିଲ୍ଲୀ: ଆପଣମାନେ ପିଲାଦିନରୁ ରାମାୟଣର ରାମସେତୁ ବିଷୟରେ ଶୁଣି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଇସ୍ରୋ ରାମ ସେତୁ ସମ୍ପର୍କରେ ରୋଚକ ତଥ୍ୟ ଦେଇଛି। ସମୁଦ୍ର ତଳେ କେତେ ଗଭୀରରେ ରହିଛି ରାମସେତୁ, ଇସ୍ରୋ ଜାରି କରିଛି ନକ୍ସା।

ସୂଚନା ଅନୁଯାୟୀ, ଆମେରିକାର ସ୍ପେସ୍ ରିସର୍ଚ୍ଚ କେନ୍ଦ୍ର ନାସାର ICESat-2 ସାଟେଲାଇଟ୍ ତଥ୍ୟ ମାଧ୍ୟମରେ ଏହି ସଫଳତା ପାଇଛି ଇସ୍ରୋ। ତେବେ ଏହି ସଫଳତା ରାମ ସେତୁକୁ ନେଇ ଦୀର୍ଘଦିନରୁ ଲାଗି ରହିଥିବା ବିବାଦର ଅନ୍ତ ଘଟାଇବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ରାମ ସେତୁକୁ ଆଡାମ୍ସ୍ ବ୍ରିଜ୍ ମଧ୍ୟ କୁହାଯାଏ।

ଏହି ସେତୁ ଭାରତର ଧନୁଷକୋଡ଼ିରୁ ଶ୍ରୀଲଙ୍କାର ତଲାଇମନ୍ନାର ଦ୍ୱୀପ ପର୍ଯ୍ୟନ୍ତ ଲମ୍ବିଛି।ନକ୍ସା ଆଧାରରେ ସେତୁର ପ୍ରଥମ ୨୯ କିମି. ସମୁଦ୍ର ତଳେ ରହିଛି ଯାହାର ଉଚ୍ଚତା ପ୍ରାୟ ୮ ମିଟର ଅଟେ।

ଇସ୍ରୋର ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟରର ଗବେଷକମାନେ ସାଇଣ୍ଟିଫିକ ରିପୋର୍ଟସ୍’ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରେ କହିଛନ୍ତି ଯେ ନାସାର ଉପଗ୍ରହ ICESat-2 ରୁ ଜଳ-ବିସ୍ତାରିତ ଫୋଟନ୍ ବ୍ୟବହାର କରି ଆଡାମସ୍ ବ୍ରିଜ୍ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବିବରଣୀ ପ୍ରଦାନ କରିଛି। ଆମର ଅନୁସନ୍ଧାନ ଆଡାମ୍ସ୍ ବ୍ରିଜ୍ ଏବଂ ଏହାର ଉତ୍ପତ୍ତି ବିଷୟରେ ଆହୁରି ବୁଝିବାରେ ସାହାଯ୍ୟ କରିପାରେକରିପାରେ।

ଲେଜର କିରଣ ମାଧ୍ୟମରେ ସମୁଦ୍ର ତଳେ ଥିବା ଆଡାମ୍ସ୍ ବ୍ରିଜର ୯୯.୮% ଅଂଶର ସନ୍ଧାନ ପାଇଥିଲେ । ବୈଜ୍ଞାନିକମାନେ ୨-୩ ମିଟର ଗଭୀରରେ ଥିବା ସେତୁ ତଳୁ ୧୧ଟି ସଂକୀର୍ଣ୍ଣ ନାଳର ସନ୍ଧାନ ପାଇଛନ୍ତି।

Comments are closed.