Latest Odisha News

ଆଉ ଏକ ମାଇଲଖୁଣ୍ଟରେ ଇସ୍ରୋ: ମହାକାଶରେ ୨ଟି ସାଟେଲାଇଟର ସଫଳ ଡକିଂ

ନୂଆଦିଲ୍ଲୀ: ପୁଣି ଆଉ ଏକ ଐତିହାସିକ ସଫଳତା ହାସଲ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋ । ମହାକାଶରେ ପ୍ରଥମ ଥର ଦୁଇଟି ସେଟେଲାଇଯର ସଫଳ ଡକିଂ କରାଇଛି ।  ଏମିତି କରିବାରେ ଭାରତ ଚତୁର୍ଥ ଦେଶ ହୋଇଥିବା ବେଳେ ସବୁଠୁ ବଡ କଥା ହେଉଛି ସମସ୍ତ ନିଜସ୍ବ ଜ୍ଞାନ କୌଶଳ ପ୍ରୋୟୋଗ କରି ହିଁ ଏବେ ଆଉ ଏକ ବଡ ମାଇଲଖୁଣ୍ଟ ଅତିକ୍ରମ କରିଛି ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ସ୍ପେଡେକ୍ସ ଉପଗ୍ରହକୁ ମହାକାଶରେ ସଫଳତାର ସହ ଡକିଂ କରିଛି । ଯାହା ଦ୍ବାରା ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବରେ ମହାକାଶରେ ଡକିଂ ଏବଂ ଅନଡକିଂ କ୍ଷମତା ହାସଲ କରିଛି ।

ମହାକାଶରେ ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନରେ ଐତିହାସିକ ସଫଳତା ହାସଲ କରିଛି ଇସ୍ରୋ । ଏନେଇ ନିଜ ଏକ୍ସରେ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୧୬ ତାରିଖରେ ଭୋର ସମୟରେ ଏହି ଡକିଂ ପରୀକ୍ଷଣଟି ଦୁଇଟି ଉପଗ୍ରହ ମଧ୍ୟରେ ଏକ ସୂକ୍ଷ୍ମ କମ୍ପନ ସୃଷ୍ଟି କରିଥିଲା । ଏଥିରେ ଚେଜର୍ ତାର ଲକ୍ଷ୍ୟ ଉପଗ୍ରହ ସହିତ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାରେ ଡକିଂ ପାଇଁ ଆଗେଇଥିଲା । ହେଲେ ଏହା ପରେ ସଫଳ ହୋଇନଥିବାରୁ ଟିକଏ ପଛକୁ ଓାଟେଲାଇଟମାନଙ୍କୁ ନିଆଯାଇଥିଲା । ଏହା ପରେ ଗତ ୧୨ ତାରିଖରେ ପ୍ରାୟ ୧୫ ମିଟରରୁ ୩ ମିଟର ପର୍ଯ୍ୟନ୍ତ ହୋଲ୍ଡ ପଏଣ୍ଟରେ ଏହାକୁ ରଖାଯାଇଥିଲା । ପରେ ଆଜି ଏହାକୁ ପୁନଶ୍ଚ ଡକିଂ କରାଯାଇତିବା ବେଳେ ଏହା ସଫଳତାର ସହିତ ପରସ୍ପର ସହ ଯୋଡି ହୋଇଛନ୍ତି । ଏହି ଡକିଂ ପ୍ରୋସେସ୍ ପାଇଁ ପାଖାପାଖି ଆହୁରି ୨ ମାସ ସମୟ ଲାଗିବ ବୋଲି ଇସ୍ରୋ ପାଖରୁ ସୂଚନା ଦିଆଯାଇଛି ।

ତେବେ କହିରଖୁଛୁ, ଗତ ଡିସେମ୍ବର ୩୦ ତାରିଖରେ ରାତି ୧୦ଟାରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ PSLV-C60 ରକେଟ୍ ସହାୟତାରେ ସ୍ପେଡେକ୍ସ ମିଶନର ସଫଳ ଉତକ୍ଷେପଣ ହୋଇଥିଲା । ଇସ୍ରୋର ସ୍ପେଡେକ୍ସ ମିଶନ୍, PSLV-C60 ରକେଟ୍ ସହାୟତାରେ ମହାକାଶକୁ ଯାଇଥିଲା ସ୍ପେଡେକ୍ସ-A ଓ ସ୍ପେଡେକ୍ସ-B। ଏହି ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟ ଲଞ୍ଚିଂର ପ୍ରାୟ ୧୫ ମିନିଟ୍ ପରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ରକେଟରୁ ଟାର୍ଗେଟ୍ ଅଲଗା ହେବାର ୩ ସେକେଣ୍ଡ୍ ପରେ ଚେଜର୍ ଅଲଗା ହୋଇ ଗୋଟିଏ ଦିଗରେ ଯାତ୍ରା ଆରମ୍ଭ କରିଥିଲା । ଯାହାର ଡକିଂ ପ୍ରକ୍ରିୟା ଆଜି ସଫଳତାର ସହ ସମାପ୍ତ ହୋଇଛି ।

Leave A Reply

Your email address will not be published.