ଚେନ୍ନାଇ: ଆଜି ଇସ୍ରୋ ଲଞ୍ଚ କରିବ ପିଏସଏଲଭି-ସି୫୪ ରକେଟ୍ । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ସ୍ପେସ ସେଣ୍ଟରରୁ ଲଞ୍ଚ୍ ହେବ । ଓସିଏନସାଟ୍-୩ ଓ ୮ ନାନୋ ସାଟେଲାଇଟ୍ ଏହି ରକେଟରେ ଉତକ୍ଷେପଣ ହେବ । ସାଢେ୧୦ଟାରୁ ଆରମ୍ଭ ହେବ ଉତକ୍ଷେପଣ ପ୍ରକ୍ରିୟା ।
ନାନୋ ସାଟେଲାଇଟ୍ ମଧ୍ୟରୁ ଗୋଟିଏ ଭୁଟାନର ବୋଲି ସୂଚନା ରହିଛି । ୧୧ଟା୫୬ ମିନିଟରେ ଲଞ୍ଚ୍ ହେବାର କାର୍ଯ୍ୟକ୍ରମ ରହିଛି । ଇସ୍ରୋ ଅଧିକାରୀଙ୍କ ସୂଚନା ମୁତାବକ ଇଓଏସ୍-୦୬ (ଓସିଏନସାଟ୍-୩) ସହ ଭୁଟାନସାଟ୍, ପିକ୍ସେଲର ଆନନ୍ଦ, ଧ୍ରୁବ ସ୍ପେସରୁ ୨ଟି ଥାଇବୋଲ୍ଟ ଓ ଆମେରିକାରୁ ୪ଟି ଆଷ୍ଟ୍ରୋକାଷ୍ଟ ସାଟେଲାଇଟ୍ସ କୁ ଧରି ପିଏସଏଲଭି-ସି୫୪ ମହାକାଶକୁ ଉତକ୍ଷେପଣ କରାଯିବ ।
ପିଏସଏଲଭି-ସି୫୪ ରକେଟର ଲମ୍ୱ ୪୪.୪ ମିଟର । ଏହାର ୩୨୧ ଟନ୍ ଓଜନ ବହନ କରିବାର ଦକ୍ଷତା ରହିଛ । ପିଏସଏଲଭି-ଏକ୍ସଏଲ୍ ଭର୍ସନର ୨୪ତମ ରକେଟ୍ ହେଉଛି ପିଏସଏଲଭି-ସି୫୪ । ଉତକ୍ଷେପଣର ୨୦ ମିନିଟ ଭିତରେ ୭୪୨ କିଲୋମିଟର ଅତିକ୍ରମ କରିବ । ପ୍ରଥମ ସାଟେଲାଇଟକୁ ସେଠାରେ ଛାଡିବା ପରେ ୫୧୬ କିଲୋମିଟର ଅଲ୍ଟିଚ୍ୟୁଡ୍ କୁ ପୁନଶ୍ଚ ଖସି ପ୍ରଥମ ପାସେଞ୍ଜର ସାଟେଲାଇଟକୁ ଖଲାସ କରିବ । ସେହିପରି ଭିନ୍ନ ଭିନ୍ନ ଅରବିଟରେ ସାଟେଲାଇଟ୍ ଗୁଡିକୁ ଅବତରଣ କରାଇବ ପିଏସଏଲଭି-ସି୫୪ ରକେଟ୍ ।
Comments are closed.