ନୂଆଦିଲ୍ଲୀ: ଭାରତ ପାକିସ୍ତାନ ବିବାଦ ମଧ୍ୟରେ ଏବେ ଇସ୍ରୋ ବଡ ପଦକ୍ଷେପ ନେବାକୁ ଯାଉଛି । ମହାକାଶ କାର୍ଯ୍ୟକ୍ରମର ୧୦୧ତମ ମିଶନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ଭାରତକୁ ଯୋଗାଇବାକୁ ଯାଉଛି ସୁରକ୍ଷାର ଜାଲ । ଏଣିକି ଭାରତକୁ ଶତ୍ରୁ କବଳରୁ ରକ୍ଷା କରିବ PSLV-C61 ରେ EOS-09 । ନିଜ ରାଡାର ୨୪ ଘଣ୍ଟା ଖୋଲି ବସିବ । ବିଶେଷ କରି LAC ଏବଂ LOC ସୀମାରେ କଡ଼ା ନଜର ରଖିବ ।
ଆସନ୍ତାକାଲି ଅର୍ଥାତ୍ ମେ ୧୮ରେ, ISRO PSLV-C61/EOS-09 ମିଶନ୍ ଲଞ୍ଚ କରିବାକୁ ଯାଉଛି। ଏହା ଇସ୍ରୋ ଦ୍ୱାରା ୧୦୧ତମ ପ୍ରକ୍ଷେପଣ ହେବ। ଏହାକୁ ଆସନ୍ତାକାଲି ସକାଳ ୫.୫୯ ରେ ସତୀଶ ଧାୱନ ମହାକାଶ କେନ୍ଦ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ। ଏହା LAC ଏବଂ LOC ସୀମାରେ କଡ଼ା ନଜର ରଖିବାରେ ସକ୍ଷମ ହେବ ।
ଯାହାକୁ ନେଇ ଏକ ଭିଡିଓ ଜାରି କରିଛି ଇସ୍ରୋ । ଯେଉଁଥିରେ ଏହି ସ୍ୱତନ୍ତ୍ର ମିଶନର ପ୍ରସ୍ତୁତିକୁ ଦେଖାଇଛି । ଏହା ସି-ବ୍ୟାଣ୍ଡ ସିନ୍ଥେଟିକ୍ ଆପର୍ଚର ରାଡାର (SAR) ସହିତ ସଜ୍ଜିତ, ଯାହା ଦିନରାତି, ସମସ୍ତ ପାଗ ପରିସ୍ଥିତିରେ ଉଚ୍ଚ ରିଜୋଲ୍ୟୁସନ୍ ଚିତ୍ର ନେଇପାରିବ। ଏହି ପ୍ରକ୍ଷେପଣର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟା ଏବଂ ସୁରକ୍ଷା କ୍ଷମତାକୁ ଆହୁରି ସୁଦୃଢ଼ ଏବଂ ଉନ୍ନତ କରିବା। ଏହା ବ୍ୟତୀତ, ଏହା କୃଷି, ଜଙ୍ଗଲ ତଦାରଖ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଯୋଜନା ଏବଂ ଜାତୀୟ ସୁରକ୍ଷା ଭଳି କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ। ଏହା ଦେଶ ଉପରେ ଆସୁଥିବା ଯେକୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ବିପଦକୁ ଚିହ୍ନଟ କରିବାରେ ମଧ୍ୟ ସହାୟକ ହେବ। ଏହା LAC ଏବଂ LOC ସୀମାରେ ନଜର ବୃଦ୍ଧି କରିବ।
Comments are closed.