Latest Odisha News

BREAKING NEWS

ଇସ୍ରୋ ପକ୍ଷରୁ ବାଲିଯାତ୍ରାରେ ‘ଡେମୋନଷ୍ଟ୍ରେସନ୍ ପ୍ରୋଗ୍ରାମ୍’

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି କଟକ ସହର । ଏହି ପରିପ୍ରେକ୍ଷୀରେ ବାଲିଯାତ୍ରାରେ ଇସ୍ରୋ ପକ୍ଷରୁ ଭାରତୀୟ ମହାକାଶ ସମ୍ବନ୍ଧୀୟ ଜ୍ଞାନ ପ୍ରଦର୍ଶିତ କରାଯାଇଛି ।

ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ପକ୍ଷରୁ ଏକ ଡେମୋନଷ୍ଟ୍ରେସନ୍ ପ୍ରୋଗ୍ରାମ୍ କରାଯାଇଛି । ଏକ ସ୍ବତନ୍ତ୍ର ଗାଡି ଭିତରେ ପ୍ରଦର୍ଶିତ ହେଉଥିବା ମଡେଲଗୁଡିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମୁଛି । ପୂର୍ବରୁ ମେଳା ପଡିଆରେ ଏସବୁକୁ ଲୋକେ ଦେଖିନଥିବା ବେଳେ ଏହାକୁ ଦେଖି ବେଶ ଖୁସି ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକମାନେ ।

ଏନେଇ ଇସ୍ରୋର ଜଣେ କର୍ମଚାରୀ କହିଛନ୍ତି, “ଅଧିକ ରୁ ଅଧିକ ଲୋକଙ୍କ ନିକଟରେ ଇସ୍ରୋର କାର‌୍ୟ୍ୟ ସମ୍ପର୍କରେ ସନ୍ଦେଶ ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ କରାଯାଉଛି।

ଏହି ଗାଡି ଭିତରେ ଚନ୍ଦ୍ରାୟନ ୧, ଚନ୍ଦ୍ରାୟନ ୨, ବିକ୍ରମ ଲ୍ୟାଣ୍ଡ ରୋଭର ଠାରୁ ଆରମ୍ଭ କରି ରକେଟ ଲଞ୍ଚିଂ ପ୍ୟାଡ, ଆହୁରି ଅନେକ ଜିନିଷ । ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ)ର ପ୍ରାୟ ୨୦ଟି ମଡେଲ ରହିଛି । ତଳ ବାଲିଯାତ୍ରା ପଡିଆରେ ଲାଗିଥିବା ଇସ୍ରୋର ଏହି ଗାଡିଟି ମାତ୍ର ଦୁଇ ଦିନ ପାଇଁ ମେଳାକୁ ଆସିଥିବାବେଳେ ମଡେଲଗୁଡିକୁ ଦେଖିବା ପାଇଁ ଲୋକଙ୍କ ଲମ୍ବା ଧାଡି ଲାଗୁଛି ।

“ପୂର୍ବରୁ ଏଭଳି ମଡେଲ ଦେଖିବା ତଥା ଇସ୍ରୋ ବାବଦରେ ଜାଣିବା ର କୌଣସି ସୁଯୋଗ ପାଇନଥିବା ବେଳେ ମେଳା ପଡିଆରେ ଏହାକୁ ଦେଖି ଛାତ୍ରଛାତ୍ରୀ ବିଶେଷ କରି ଯୁବ ପିଢି ଢେର ଉତ୍ସାହିତ ହେଉଛନ୍ତି” ବୋଲି କହିଛନ୍ତି ବାଲିଯାତ୍ରା ଦେଖିବାକୁ ଆସିଥିବା ଜଣେ ଦର୍ଶକ ।

“ସାଧାରଣ ଲୋକଙ୍କ ଜୀବନରେ ଇସ୍ରୋର ଭୂମିକା କଣ ରହିଛି ତାହାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ତଥା ଯୁବ ପିଢିଙ୍କୁ ମହାକାଶ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ପାଇଁ ଇତ୍ସୋର ଏହି ପ୍ରୟସ । ତେଣୁ ଇସ୍ରୋ ଏହାକୁ ସମଗ୍ର ଦେଶରେ ବୁଲାଉଛି” ବୋଲି କହିଛନ୍ତି ଇସ୍ରୋର ଟେକନିକାସ ଷ୍ଟାଫ ।

Leave A Reply

Your email address will not be published.