Latest Odisha News

ଏହି ଦିନ କକ୍ଷପଥରେ ସ୍ଥାପିତ ହେବ ଆଦିତ୍ୟ, ସୂଚନା ଦେଲା ଇସ୍ରୋ

ନୂଆଦିଲ୍ଲୀ: ଭାରତର ସୂର୍ଯ୍ୟ ମିଶନ ଧିରେ ଧିରେ ସଫଳ ହେବାକୁ ଯାଉଛି। ଆସନ୍ତା କାଲି ସୂର୍ଯ୍ୟ ମିଶନ ପାଇଁ ଧାର୍ଯ୍ୟ କକ୍ଷ ପଥରେ ସ୍ଥାପିତ ହେବ ଆଦିତ୍ୟ। ଏନେଇ ସୂଚନା ପ୍ରଦାନ କରିଛି ଇସ୍ରୋ। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରାୟଣ-୩ର ସଫଳ ଅବତରଣ ପରେ ଭାରତ ବର୍ତ୍ତମାନ ସୂର୍ଯ୍ୟଙ୍କ ଉପରେ ପତାକା ଉତ୍ତୋଳନ କରିସାରିଛି। ଭାରତର ପ୍ରଥମ ସୂର୍ଯ୍ୟ ମିଶନ ବର୍ତ୍ତମାନ ଲକ୍ଷ୍ୟରେ ପହଞ୍ଚିବାର ଶେଷ ପର୍ଯ୍ୟାୟରେ ଅଛି। ଏହି ସମୟରେ, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଏକ ବଡ଼ ସୂଚନା ଦେଇଛି। କୁହାଯାଉଛି ଯେ ଆଦିତ୍ୟ ଏଲ-୧ ଜାନୁଆରୀ ୬ରେ ସୂର୍ଯ୍ୟର ଏଲ-୧ ପଏଣ୍ଟରେ ପ୍ରବେଶ କରିବ ବୋଲି ଇସ୍ରୋ ସୂଚନା ପ୍ରଦାନ କରିଛି।

ଏହି ସମୟରେ ଅବସ୍ଥାପିତ ହେବ ଆଦିତ୍ୟ
ISRO ମୁଖ୍ୟ ଏସ୍. ସୋମନାଥ କହିଛନ୍ତି ଯେ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-1 ସଠିକ୍ ଭାବରେ କାର୍ଯ୍ୟ କରୁଛି ଏବଂ ଲକ୍ଷ୍ୟ ସ୍ଥଳ ଆଡ଼କୁ ଧିରେଧିରେ ଅଗ୍ରସର ହେଉଛି। ଜାନୁଆରୀ ୬ରେ ଅପରାହ୍ନ ୪ଟାରେ ଏହା ଲାଗ୍ରେଞ୍ଜ-1 ପଏଣ୍ଟରେ ଅର୍ବିଟ୍ କକ୍ଷପଥରେ ପହଞ୍ଚିବ। ଏଠାରେ କହି ରଖୁ କି L-1 ପଏଣ୍ଟ ହେଉଛି ସେହି ସ୍ଥାନ ଯେଉଁଠାରେ ପୃଥିବୀ ଏବଂ ସୂର୍ଯ୍ୟର ଉଭୟ ଗ୍ରହର ମାଧ୍ୟାକର୍ଷଣ ମଧ୍ୟରେ ସନ୍ତୁଳନ ଅଛି। ଏହି ବିନ୍ଦୁ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ, ଯାହା ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ମାତ୍ର ଗୋଟିଏ ପ୍ରତିଶତ ଦୂରତା ଅଟେ।

୨ ଡିସେମ୍ବରରେ ଉତକ୍ଷେପଣ କରାଯାଇଥିଲା
ISRO ଦେଶର ପ୍ରଥମ ସୌର ମିଶନ ଆଦିତ୍ୟ-L1 ସେପ୍ଟେମ୍ବର ୨ରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆରମ୍ଭ କରିଥିଲା। ଲାଗ୍ରେଞ୍ଜ ପଏଣ୍ଟ ଯଥା L-1 ଗଣିତଜ୍ଞ ଜୋସେଫ-ଲୁଇ ଲାଗ୍ରେଞ୍ଜଙ୍କ ପରେ ଏହି ନାମ ଦିଆଯାଇଛି। ସେ ହିଁ ଏହି ଲାଗ୍ରେଞ୍ଜ ପଏଣ୍ଟଗୁଡିକ ଆବିଷ୍କାର କରିଥିଲେ। ପୃଥିବୀଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ ପ୍ରଥମ ସୂର୍ଯ୍ୟ-ପୃଥିବୀ ଲାଗ୍ରାଙ୍ଗିଆନ୍ ପଏଣ୍ଟ (L1) ଚାରିପାଖରେ ଏକ ହାଲୋ କକ୍ଷପଥରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବାକୁ ଏହି ମିଶନ୍ ଲକ୍ଷ୍ୟ ରଖିଛି।

ସୂର୍ଯ୍ୟ ମିଶନ ସମ୍ପର୍କରେ ସ୍ୱଳ୍ପରେ ଜାଣି ନିଅନ୍ତୁ
ଆସନ୍ତା କାଲି ଅର୍ଥାତ ୬ ଜାନୁଆରୀରେ ୬୩ ମିନିଟ ଓ ୨୦ ସେକେଣ୍ଡ ଯାତ୍ରା ପରେ ଧାର୍ଯ୍ୟ L-1 ପୃଥିବୀ ଠାରୁ ୨୩୫ x ୧୯୫୦୦ କିଲୋମିଟର ଦୂରରେ ଥିବା କକ୍ଷରେ ପ୍ରବେଶ କରିବ।

ଆଦିତ୍ୟ L-1 ପୃଥିବୀଠାରୁ ପ୍ରାୟ ୧.୫ ମିଲିୟନ୍ କିଲୋମିଟର ଦୂରରେ ଅବସ୍ଥିତ ପ୍ରଥମ ସୂର୍ଯ୍ୟ-ପୃଥିବୀ ଲାଗ୍ରାଙ୍ଗିଆନ୍ ପଏଣ୍ଟ (L-1)ର ଏକ ହାଲୋ କକ୍ଷପଥରୁ ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବାକୁ ଲକ୍ଷ୍ୟ ରଖିଛି। ବାଙ୍ଗାଲୋରରେ ଅବସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜ୍ୟୋତିର୍ବିଜ୍ଞାନର ନିର୍ଦ୍ଦେଶକ କହିଛନ୍ତି ଯେ ଆଦିତ୍ୟ ଏଲ-୧ L-1 ପଏଣ୍ଟରେ ଏକ କକ୍ଷପଥରେ ପହଞ୍ଚିବ, ଯେଉଁଠାରେ ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବ, L-1 ପଏଣ୍ଟ ମଧ୍ୟ ଘୂର୍ଣ୍ଣନ କରିବ। ହାଲୋ ଅର୍ବିଟ୍ ର ଧାରଣା ମଧ୍ୟ ସମାନ।

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ଜଣେ ଅଧିକାରୀ କହିଛନ୍ତି କି ଆଦିତ୍ୟ L-1 ପଥରେ ପହଞ୍ଚି ସାରିଛି। କିନ୍ତୁ ଆସନ୍ତାକାଲି ୬ ଜାନୁଆରୀରେ କକ୍ଷ ପଥରେ ସ୍ଥାପିତ ହେବ।

ସେହିପରି ଏଲ-୧ ପଏଣ୍ଟ ହେଉଛି ସେହି ସ୍ଥାନ ଯେଉଁଠାରେ ପୃଥିବୀ ଓ ସୂର୍ଯ୍ୟ ଉଭୟ ଗ୍ରହର ମାଧ୍ୟାକର୍ଷଣ ଶକ୍ତିର ସନ୍ତୁଳନ ରହିଥାଏ। ଏଲ-୧ କକ୍ଷରେ ପହଞ୍ଚିବା ପରେ ଆଦିତ୍ୟ ଏଲ-୧ ଓ ସୂର୍ଯ୍ୟ ମଧ୍ୟରେ କୌଣସି ସମସ୍ୟା ରହିନାହିଁ। ଉପଗ୍ରହର ଇଲେକ୍ଟ୍ରୋନିକ୍ସ ଉପକରଣ କାମ କରିବା ପର୍ଯ୍ୟନ୍ତ ଏହା କେବଳ ସୂର୍ଯ୍ୟଙ୍କ ଉପରେ ନଜର ରଖିବ।

Comments are closed.