Latest Odisha News

BREAKING NEWS

କଟକରେ ମହିଳାଙ୍କୁ ୯ ଲକ୍ଷ ୭୦ ହଜାର ଟଙ୍କାର ଚୂନ ଲଗେଇ ଦେଲା ଫେସବୁକ ଫ୍ରେଣ୍ଡ

କଟକ: ତୁଳସୀପୁର ମଠ ସାହିର ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କୁ ଫେସ୍ ବୁକ୍ ରେ ବନ୍ଧୁତା କରିଥିବା ଜଣେ ବ୍ୟକ୍ତି ପ୍ରାୟ ୯ ଲକ୍ଷ ୭୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ନିଜ ନାମ ଗୋପନ ରଖିବା ସର୍ତ୍ତରେ ଅଭିଯୋଗକାରୀ କହିଛନ୍ତି ଯେ ମହାନଦୀ ବିହାରର ସତ୍ୟ ରଞ୍ଜନ ସାମଲ ନାମକ ଜଣେ ବ୍ୟକ୍ତି ନିଜକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ବୋଲି ପରିଚୟ ଦେଇଥିଲେ। ଫେସବୁକରେ ଉଭୟ ପରିଚିତ ହୋଇଥିଲେ। ଖୁବ୍ ଶୀଘ୍ର ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଶେଷରେ ସାମଲ ଏକ ଡାକ୍ତରଖାନା ପ୍ରତିଷ୍ଠା କରିବାର ସ୍ୱପ୍ନ ଦେଖାଇଥିଲେ। ଏହାପରେ ମହିଳା ଜଣକ ତାଙ୍କୁ କିଛି ଟଙ୍କା ଦେଇ ହସ୍ପିଟାଲ ତିଆରିରେ ସହଯୋଗ କରିବେ ବୋଲି କହିଥିଲେ। ଏବଂ ୨୦୧୯ରୁ ୨୦୨୦ ମଧ୍ୟରେ ନଗଦ ଏବଂ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ତାଙ୍କୁ ଆଠଟି କିସ୍ତିରେ ୯.୭ ଲକ୍ଷ ଟଙ୍କା ଦେଇଥିଲେ।

ହେଲେ ସଂପୃକ୍ତ ବ୍ୟକ୍ତି ଡାକ୍ତରଖାନା ଆରମ୍ଭ ନ କରିବାରୁ ଓ ଟଙ୍କା ଫେରସ୍ତ କରିବାକୁ ମନା କରିବାରୁ ମହିଳା ଜଣକ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ଏ ନେଇ ଏକ ଠକେଇ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.