ନୂଆଦିଲ୍ଲୀ: ଆଉ କିଛି ଦିନର ଅପେକ୍ଷା । ପୁଣି ଇତିହାସ ରଚିବ ଇସ୍ରୋ (ISRO) । ଆସନ୍ତା ଜାନୁଆରୀ ୧ ତାରିଖ ସକାଳ ୯ ଟା ସମୟରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ XPoSAT ସାଟେଲାଇଟ୍ ଉତକ୍ଷେପଣ କରାଯିବ । ଏହି ସାଟେଲାଇଟ୍ ମହାକାଶରେ ଘଟୁଥିବା ରାଡିଏସନ୍ କୁ ଷ୍ଟଡି ବା ଅନୁଧ୍ୟାନ କରିବ । ସେଗୁଡିକ ଉତ୍ସଗୁଡ଼ିକର ଫଟୋ ଉଠାଇବ ।
ଏଥିରେ ଲାଗିଥିବା ଟେଲିସ୍କୋପ, ରମଣ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ସାଟେଲାଇଟ୍ ବ୍ରହ୍ମାଣ୍ଡର ୫୦ ଟି ଉଜ୍ଜ୍ୱଳ ଉତ୍ସ ଅଧ୍ୟୟନ କରିବ । ଯେପରି- ପଲସର, ବ୍ଲାକ୍ ହୋଲ୍ ଏକ୍ସ-ରେ ବାଇନରୀ, ଆକ୍ଟିଭ୍ ଗୈଲାକ୍ଟିକ୍ ନ୍ୟୁକ୍ଲିୟାଇ, ନନ-ଥର୍ମାଲ୍ ସୁପରନୋଭା । ଏହି ଉପଗ୍ରହକୁ ୬୫୦ କିଲୋମିଟର ଉଚ୍ଚରେ ନିୟୋଜିତ କରାଯିବ ।
ଏହି ମିଶନ୍ ୨୦୧୭ ରେ ISRO ଦ୍ୱାରା ଆରମ୍ଭ ହୋଇଥିଲା । ଏହି ମିଶନରେ ନିବେଶ ହୋଇଥିବା ମୂଲ୍ୟ ହେଉଛି ୯.୫୦ କୋଟି ଟଙ୍କା । ଉତକ୍ଷେପଣର ପ୍ରାୟ ୨୨ ମିନିଟ୍ ପରେ, ଏକ୍ସପୋସ୍ୟାଟ୍ ସଲାଟେଲାଇଟ୍ ଏହାର ନିର୍ଦ୍ଦିଷ୍ଟ କକ୍ଷପଥରେ ନିୟୋଜିତ ହେବ । ଏହି ଉପଗ୍ରହର ଦୁଇଟି ପେଲୋଡସ ଅଛି । ପ୍ରଥମ ଟି ପୋଲିକ୍ସ (POLIX) ଏବଂ ଦ୍ୱିତୀୟ ଟି- ଏକ୍ସପେକ୍ଟ (XSPECT) ଅଟେ ।
ପୋଲିକ୍ସ ହେଉଛି ଏହି ସାଟେଲାଇଟ୍ ର ମୁଖ୍ୟ ପେଲୋଡ୍ ଅଟେ । ଏହା ରମଣ ରିସର୍ଚ୍ଚ ଇଷ୍ଟିଚ୍ୟୁଟ୍ ଏବଂ ୟୁଆର୍ ରାଓ ସାଟେଲାଇଟ୍ ସେଣ୍ଟର ଦ୍ୱାରା ମିଳିତ ଭାବରେ ନିର୍ମାଣ କରାଯାଇଛି । ୧୨୬ କିଲୋଗ୍ରାମର ଏହି ଯନ୍ତ୍ର ମହାକାଶରେ ଉତ୍ସଗୁଡ଼ିକର ଚୁମ୍ବକୀୟ କ୍ଷେତ୍ର, ବିକିରଣ, ଇଲେକ୍ଟ୍ରାନ୍ସ ଇତ୍ୟାଦି ଷ୍ଟଡି କରିବ । ଏହା ୮-୩୦ କେଭି ପରିସରର ଶକ୍ତି ବ୍ୟାଣ୍ଡ ର ଷ୍ଟଡି କରିବ । ପୋଲିକ୍ସ ମହାକାଶରେ ଥିବା ୫୦ଟି ଉଜ୍ଜ୍ୱଳ ବସ୍ତୁ ମଧ୍ୟରୁ ୪୦ ଟି ଷ୍ଟଡି କରିବ ।
XSPECT ର ଅର୍ଥ ହେଉଛି ଏକ୍ସ-ରେ ସ୍ପେକ୍ଟ୍ରସ୍କୋପି ଏବଂ ଟାଇମିଂ । ଏହା ୦.୮-୧୫ କେଭି ପରିସରର ଶକ୍ତି ବ୍ୟାଣ୍ଡ କୁ ଷ୍ଟଡି କରିବ । ତାହା ହେଉଛି, ଏହା ପୋଲିକ୍ସର ପରିସର ଅପେକ୍ଷା କମ୍ ଶକ୍ତି ବ୍ୟାଣ୍ଡ ଷ୍ଟଡି କରିବ । ଏହା ପଲସର, ବ୍ଲାକ୍ ହୋଲ୍ ବାଇନାରୀ, ଲୋ-ମ୍ୟାଗ୍ନେଟିକ୍ ଫିଲ୍ଡ ନ୍ୟୁଟ୍ରନ୍ ଷ୍ଟାର୍, ଚୁମ୍ବକୀୟ ଆଦି ର ଷ୍ଟଡି କରିବ ।
XPoSAT ଉପଗ୍ରହର ମୋଟ ଓଜନ ୪୬୯ କିଲୋଗ୍ରାମ ଅଟେ । ଯାହାର ଦୁଇଟି ପେଲୋଡ୍ ୧୪୪ କିଲୋଗ୍ରାମ । ଏହାର ଉତକ୍ଷେପଣ ୨୫ ଡିସେମ୍ବର ହେବା ନେଇ ସୂଚନା ରହିଛି । ଏହା ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ PSLV ରକେଟ୍ ଦ୍ୱାରା ଉତକ୍ଷେପଣ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ PSLV ରକେଟର ୫୯ ଟି ଉତକ୍ଷେପଣ ହୋଇସାରିଛି । ସେହି ଲଞ୍ଚ ମଧ୍ୟରୁ କେବଳ ଦୁଇଟି ବିଫଳ ହୋଇଛି ।
ଏହା ହେଉଛି PSLV ର ୬୦ ତମ ଉତକ୍ଷେପଣ । ଯେତେବେଳେ କି ଏହା ହେଉଛି PSLV-DL ର ଚତୁର୍ଥ ଉତକ୍ଷେପଣ । ଏହି ରକେଟର ଓଜନ ୩୨୦ ଟନ୍ । ଏହାର ଉଚ୍ଚତା ୪୪.୪ ମିଟର । ଏହା ୪ ଟି ପର୍ୟ୍ୟାୟର ୨.୮ ମିଟର ବ୍ୟାସ ରକେଟ୍ । ଏହାର ପ୍ରଥମ ଉତକ୍ଷେପଣ ୨୦ ସେପ୍ଟେମ୍ବର ୧୯୯୩ ମସିହା ରେ ହୋଇଥିଲା । ସେବେଠାରୁ ଏହା ସଫଳତାର ସହିତ ଅନେକ ଦେଶୀ ଏବଂ ବିଦେଶୀ ଉପଗ୍ରହ ଉତକ୍ଷେପଣ କରିଛି ।
Comments are closed.