Latest Odisha News

BREAKING NEWS

ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ସୂର୍ଯ୍ୟ ମିଶନ, ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1

ବେଙ୍ଗାଲୁରୁ: ଆଉ ଏକ ମାଇଲ୍ଖୁଣ୍ଟ ଅତିକ୍ରମ କଲା ଭାରତର ସୂର୍ଯ୍ୟ ମିଶନ। ୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1। ୨୦୨୩ ସେପ୍ଟେମ୍ବର ୨ରେ ଉତକ୍ଷେପଣ ପରେ ଗତ ଜାନୁଆରୀ ୬ ତାରିଖରେ ପ୍ରଥମ ଲାଗ୍ରାଞ୍ଜିଆନ ପଏଣ୍ଟରେ ପହଞ୍ଚିଥିଲା ଆଦିତ୍ୟ L1। ବର୍ତ୍ତମାନ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1। ଏନେଇ ଇସ୍ରୋ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।

ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଏହାକୁ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରାଯାଇଥିଲା। ଭାରତର ଏହି ସୋଲାର୍ ଅବଜର୍ଭେଟୋରି ଏହାରି ଭିତରେ ସୂର୍ଯ୍ୟ ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଫଟୋ ଇସ୍ରୋକୁ ପଠାଇସାରିଛି। ତେବେ ଏହାକୁ ନିଜ ଗତିପଥରେ ବଜାୟ ରଖିବା ପାଇଁ ଫେବୃଆରୀ ୨୨ ଓ ଜୁନ୍ ୭ ପରେ ଆଜି ତୃତୀୟ ଷ୍ଟେସନ କିପିଂ ମାନ୍ୟୁଭର କରାଯାଇଛି। ସଫଳତାର ସହ ଆଦିତ୍ୟ L1କୁ ଦ୍ୱିତୀୟ ଅର୍ବିଟରେ ଅବସ୍ଥାପିତ କରିଛି ଇସ୍ରୋ ।

ସୂର୍ଯ୍ୟର ବିଭିନ୍ନ ସ୍ତର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରୁଥିବା ଆଦିତ୍ୟ L1 ଆଗାମୀ ୫ ବର୍ଷ ପାଇଁ ନିରନ୍ତର କାର୍ଯ୍ୟ କରିବ ବୋଲି ଯୋଜନା ରହିଛି । ଏହି ମିଶନଟି ସୂର୍ଯ୍ୟଙ୍କ କରୋନାକୁ ଦେଖିବା ଏବଂ ପୃଥିବୀଠାରୁ ପ୍ରାୟ ୧.୫ ମିଲିୟନ୍ କିଲୋମିଟର ଦୂରରେ ଅବସ୍ଥିତ ପ୍ରଥମ ସୂର୍ଯ୍ୟ-ପୃଥିବୀ ଲାଗ୍ରାଙ୍ଗିଆନ୍ ପଏଣ୍ଟ (L1) ର ଏକ ହାଲୋ କକ୍ଷପଥରୁ ଏହାର ଅତ୍ୟଧିକ ଉତ୍ତାପକୁ ବୁଝିବା ପାଇଁ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.