Latest Odisha News

ନୂଆବର୍ଷରେ ଇସ୍ରୋର ପ୍ରଥମ ସ୍ପେଶ ଅଭିଯାନ: ଶ୍ରୀହରିକୋଟାରୁ ଲଞ୍ଚ ହେଲା ‘ଏକ୍ସପୋସାଟ’

ଶ୍ରୀହରିକୋଟା: ନୂଆ ବର୍ଷରେ ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ ଲଞ୍ଚ କରିଛି ପ୍ରଥମ ସ୍ପେଶ ମିଶନ । ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ ବା ଏକ୍ସପୋସାଟ୍କୁ ଆଜି ସକାଳ ୯.୧୦ରେ ଲଞ୍ଚ କରିଛି ଇସ୍ରୋ। ୨୦୨୩ରେ ଚନ୍ଦ୍ରଯାନ-୩ ମିଶନ ଦ୍ୱାରା ଚନ୍ଦ୍ରରେ ପହଞ୍ଚିବା ପରେ ଏବଂ ଆଦିତୃ ଏଲ-୧ ଜରିଆରେ ସୂର୍ଯ୍ୟଙ୍କ ପାଖରେ ପହଞ୍ଚିବା ପରେ ଏବେ ନୂଆ ବର୍ଷରେ ଇସ୍ରୋର ତାର ପ୍ରଥମ ଅଭିଯାନ ଆରମ୍ଭ କରିଛି ।

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରର ଶ୍ରୀହରିକୋଟାରେ ବର୍ଷର ପ୍ରଥମ ମିଶନ ଆରମ୍ଭ ହୋଇଛି । ଏହି ପରୀକ୍ଷଣ ପରେ ଏକ୍ସପୋସାଟ୍ ଜରିଆରେ  ବ୍ଲାକ ହୋଲ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ । ଯଦି ଭାରତର ଏହି ମିଶନ ସଫଳ ହୁଏ, ତାହେଲେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ନକ୍ଷତ୍ରଙ୍କ ସମ୍ପର୍କରେ ଅତ୍ୟାଧୁନିକ ପର୍ଯ୍ୟବେକ୍ଷଣ ସ୍ଥାପନର କରିବାରେ ସଫଳ ହେବ । ଏକ୍ସପୋସାଟ୍ ଗୋଟିଏ ପଟେ ରିସର୍ଚ୍ଚ ପାଇଁ ଅବଜରବେଟ୍ରି ଅଟେ ଏବଂ ଅନ୍ତରୀକ୍ଷରେ ବ୍ଲାକ ହୋଲ ଏବଂ ନ୍ୟୁଟର୍ନ ଷ୍ଟାର ସମ୍ପର୍କରେ ତଥ୍ୟ ପ୍ରଦାନ କରିବ ।

ସୂଚନାଥାଉ କି, ଏହା ପୂର୍ବରୁ ଆମେରିକା ସ୍ପେସ ଏଜେନ୍ସି ନାନା ୨୦୨୧ରେ ଇମେଜିଂ ଏକ୍ସ-ରେ ପୋଲେରୀମିଟରୀ ଏକ୍ସପ୍ଲୋରର ନାମରେ ଏକ ମିଶନ ଲଞ୍ଚ କରିଥିଲା  । ଏହା ଜରିଆରେ ବ୍ଲାକ ହୋଲ ସମେତ ଅନ୍ତରୀକ୍ଷରେ ଥିବା ଅନ୍ୟ ମହାଜାଗତିକ ବସ୍ତୁ ଉପରେ ଅନୁଶୀଳନ କରାଯାଉଛି ।

Comments are closed.