Latest Odisha News

ISSF ବିଶ୍ୱକପ୍: ୨୫ ମିଟର ପିସ୍ତଲରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା ଟିମ୍

ନୂଆଦିଲ୍ଲୀ: ISSF ବିଶ୍ୱକପରେ ଦମ୍ ଦେଖାଇଲା ଭାରତୀୟ ମହିଳା ଟିମ୍ । ୨୫ ମିଟର ପିସ୍ତଲରେ ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୧୭-୧୩ରେ ବିଜୟୀ ହୋଇଛି ଭାରତୀୟ ମହିଳା ଟିମ୍ । ଫାଇନାଲରେ ବାଜି ମାରିଛନ୍ତି ରାହି ସୋର୍ଣ୍ଣବତ, ଇଶା ସିଂ, ରିଦ୍ଦିମ୍ ସାଙ୍ଗଓ୍ୱାନ୍ ।

ଚଳିତ ISSF ବିଶ୍ୱକପରେ ଏହା ଇଶା ସିଂଙ୍କର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଏଥିସହ ତୃତୀୟ ପଦକ ହାସଲ କରିଛନ୍ତି । ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟ ଓ ୧୦ ମିଟର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ବି ପଦକ ହାତେଇଥିଲେ ।

ଗତକାଲି ୫୦ ମିଟର ଏୟାର ରାଇଫଲ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ଅଖିଲ ସେରୋନ୍ । ଚଳିତ ବିଶ୍ୱକପରେ ଭାରତୀୟ ସୁଟର ଦମ୍ ଦେଖାଇଛନ୍ତି ।

Comments are closed.