Latest Odisha News

BREAKING NEWS

ନୂଆପଡାରେ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀମାନେ

ନୂଆପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ଆରମ୍ଭ ହୋଇଯାଇଛି। ନୂଆପଡ଼ା ଜିଲ୍ଲାର ପ୍ରମୂଖ ସହର ବୋଲାଉଥିବା ଖଡ଼ିଆଳ ରେ ଏନ ଏ ସି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରାର୍ଥୀମାନେ । ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଜି କଂଗ୍ରସ ଓ ବିଜେଡି ପକ୍ଷରୁ କାଉନସିଲର ଓ ଅଧକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଅଧ୍ୟକ୍ଷ ପଦ ପାଇଁ ସ୍ୱାଧୀନ ପାର୍ଥିରୁ ମଧ୍ୟ ଜଣେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |

ଅପରପକ୍ଷେ ଆସନ୍ତା କାଲି ନାମାଙ୍କନ ଦାଖଲର ଅନ୍ତିମ ତାରିଖ ରହିଥିବାବେଳେ ବିଜେପି ର କୌଣସି ପାର୍ଥି ନାମାଙ୍କନ ଦାଖଲ କରିନାହାନ୍ତି | ଅଧ୍ୟକ୍ଷ ପଦବୀପାଇଁ କଂଗ୍ରେସ ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉଜ୍ଜ୍ୱଳ ଗୁପ୍ତା ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ପକ୍ଷରୁ ଖଡ଼ିଆଳର ବିଶିଷ୍ଟ ବ୍ୟବସାୟୀ ମୂଳଚନ୍ଦ ସିଘଂଲ ପ୍ରାର୍ଥୀ ହୋଇଛନ୍ତି।

ସେହିପରି ସ୍ୱାଧିନ ପ୍ରାର୍ଥୀ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଅବସର ପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵଛ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ କୁ ମୁଦ୍ଦା କରିବ ବୋଲି ବିଜେଡି କହୁଥିବା ବେଳେ ରାଜ୍ୟ ସରକାରଙ୍କ ମନମୁଖୀ ଶାସନ ବିରୋଧରେ ଜନମତ ସୃଷ୍ଟି କରାଯିବ ବୋଲି କଂଗ୍ରେସ କହିଛି।

ସେହିପରି ଖଡ଼ିଆଳର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଅଣାଯାଇ ତାହାର ସମାଧାନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ ବୋଲି ସ୍ୱାଧିନ ପ୍ରାର୍ଥୀ ଶ୍ରୀକାନ୍ତ ଚାଟାର୍ଜୀ କହିଛନ୍ତି।କଂଗ୍ରେସ ଓ ବିଜେଡ଼ି ପକ୍ଷରୁ ୨୬ଟି କାଉନସିଲର ପଦବୀ ପାଇଁ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରାଯାଇଛି।

ଖଡ଼ିଆଳକୁ ନୂଆପଡା ଜିଲ୍ଲାର ପ୍ରାଣକେନ୍ଦ୍ର କୁହାଯାଏ।ଜିଲ୍ଲା ରାଜନୀତିରେ ଖଡ଼ିଆଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ।ଖଡ଼ିଆଳ ଏକ ବିଜ୍ଞାପିତ ଅଞ୍ଚଳ ହୋଇଥିବା ବେଲେ ଏହାର ୱାର୍ଡ ସଂଖ୍ୟା ୧୩।ଭୋଟର ସଂଖ୍ୟା ୧୧୪୭୯।ମହିଳା ଭୋଟର ୫୮୩୭ ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୫୬୪୦ ଓ ତୃତୀୟ ଲିଙ୍ଗ ରେ ଦୁଇ ଜଣ ଅଛନ୍ତି।ଗତ ଦୁଇଟି ନିର୍ବାଚନରେ ବିଜେଡି ବାଜିମାତ ମାରିଥିବା ବେଳେ ଏଥର କିଏ ବାଜିମାତ କରିବ ସେନେଇ ସମସ୍ତଙ୍କ ଦୃଷ୍ଟି ରହିଛି।ଏଥର ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ଭୋଟ ଦାନ ହେଉଥିବାରୁ କାଉନସିଲର ଓ ଅଧ୍ୟକ୍ଷ ପଦ ଗୋଟିଏ ଦଳକୁ ଯିବନା ଭିନ୍ନ ଭିନ୍ନ ଦଳକୁ ଯିବ ତାହା ମତଦାନ ପରେ ଜଣାପଡିବ।

ଗତ ଦୁଇ ଗୋଟି ନିର୍ବାଚନ ରେ ଖଡ଼ିଆଳ ଏନ ଏ ସି  ବିଜେଡି କବ୍ଜା ରେ ଥିବା ବେଳେ ଚଳିତ ନିର୍ବାଚନ ରେ କିଛି ସ୍ୱାଧୀନ ପ୍ରାର୍ଥୀ ଫଳାଫଳ କୁ ଏପଟ ସେପଟ କରେଇବା ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ କଂଗ୍ରେସ କଡା ଟକର ଦେଇ ଅଧ୍ୟକ୍ଷ ପଦବୀ ହାତେଇବା ଆଶା ବାନ୍ଧି ଥିବା ବେଳେ ବିଜେପି ବର୍ତ୍ତମାନ ଅଧ୍ୟକ୍ଷ ପ୍ରାର୍ଥୀ ଚୟନ କରି ପାରିନାହିଁ । ଏପରି ସ୍ଥଳେ ହାତୀ ସୁନାର କଳସ କାହା ମୁଣ୍ଡରେ ଢାଳୁଛି ସେହି ସମୟକୁ ସମସ୍ତ ଙ୍କ ଅପେକ୍ଷା ।

Comments are closed, but trackbacks and pingbacks are open.