Latest Odisha News

BREAKING NEWS

ପୁଅର ଖାଦ୍ୟ ଖାଇଦେବାରୁ ୧୫ ବର୍ଷୀୟ କେୟାର ଟେକରକୁ ମାରିଦେଲେ ଦମ୍ପତି

ବେଙ୍ଗାଲୁରୁ: ତାମିଲନାଡୁ ପୋଲିସ ବେଙ୍ଗାଲୁରୁର ପାନଥୁ ନିକଟ ଭାଗନାପାଲ୍ଲୀ ଠାରେ ନିଜ ଘରେ ପାଞ୍ଚ ବର୍ଷର ପୁଅର ଦେଖାଶୁଣା କରୁଥିବା ୧୫ ବର୍ଷର ବାଳିକାକୁ ହତ୍ୟା ଅଭିଯୋଗରେ ଓଡିଶାରୁ ଜଣେ ଦମ୍ପତିଙ୍କୁ ଗିରଫ କରିଛି।

ଏହି ଦମ୍ପତି ଅବିନେଶ ସାହୁ (୪୧) ଏବଂ ଅସୱିନ୍ ପାଟିଲ (୩୭) ବୋଲି ଜଣାପଡିଛି। ସେମାନେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ।

ଖବର ଅନୁଯାୟୀ, ରାଜସ୍ଥାନର ସୁମାଇନା ନାମକ ଝିଅ ତାଙ୍କ ଘରେ କେୟାର ଟେକର ଭାବେ କାର୍ଯ୍ୟ କରିଥାଏ। ସେପ୍ଟେମ୍ବର ୨୭ରେ ସୁମାଇନା ଛୋଟ ପୁଅର ଖାଦ୍ୟ ଖାଇ ଦେଇଥିବାରୁ ଅସୱିନ୍ ତା’ ମୁଣ୍ଡରେ ବାରମ୍ବାର ପିଟିଥିଲେ। ତା’ପରେ ସେ ଏକ କୋଠରୀରେ ବନ୍ଦ କରି ଦେଇଥିଲେ। ପରଦିନ ସକାଳେ ସୁମାଇନାଙ୍କ ମୃତଦେହ ମିଳିଥିଲା।

ଏହା ପରେ ଏହି ଦମ୍ପତି ସେପ୍ଟେମ୍ବର ୨୮ରେ ସାଲେମ ଜିଲ୍ଲାର ସାଙ୍ଗାଗିରିର ସାଲେମ-କୋଏମ୍ବାଟୁର ଜାତୀୟ ରାଜପଥରେ ଥିବା ଏକ ବ୍ରିଜ ତଳେ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ପକାଇ ଦେଇଥିଲେ।

Comments are closed.