ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ବାନ୍ଧବୀ ଭିକେ ଶଶିକଳା ଆୟ ବର୍ହିଭୂତ ସମ୍ପତି ରଖି ଫସିଛନ୍ତି । ଆୟକର ବିଭାଗ ବନାମୀ ପ୍ରୋହିବିଟେଶନ ନିୟମ ଅନୁଯାୟୀ ତାଙ୍କର ୨ ହଜାର କୋଟି ଟଙ୍କାର ସମ୍ପତି ଜବତ କରିଛନ୍ତି । ଏଥିରେ ୩୦୦ କୋଟି ଟଙ୍କା ମୂଲ୍ୟର ଜମି ରହିଛି । ଏହି ଜମି ୨ଟି ସିରୁଥାଭର ଓ କୋଡାନାଉରେ ଥିଲା ।
ଜବତ ସମ୍ପତି ଜୟାଙ୍କ ସହଯୋଗୀ ଶଶିକଳା, ଇଲ୍ଲାଭାରାସି ଓ ସୁଧାକରନଙ୍କ ନାମରେ ଥିଲା । ଏହି ସମ୍ପତି ଥିବା ସ୍ଥାନଗୁଡିକରେ ଆୟକର ବିଭାଗ ନୋଟିସ ଲଗାଇଛନ୍ତି । ସୂଚନାଯୋଗ୍ୟ, ଶଶିକଳାଙ୍କ ସହ ଇଲ୍ଲାଭରାସି ଓ ସୁଧାକରନ ଏବେ ଆବର୍ହିଭୂତ ସମ୍ପତି ଠୁଳ କରିଥିବା ନେଇ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।
Comments are closed.