Latest Odisha News

BREAKING NEWS

ଜେଏନୟୁ ଆଉ ଯୁବ ପିଢ଼ୀଙ୍କୁ ମୋଦିଙ୍କ ୧୦ ବାର୍ତା

ନୂଆଦିଲ୍ଲୀ: ବ୍ୟକ୍ତିଗତ ପସନ୍ଦ ଓ ରାଜନୀତି ଯୋଗୁ ଦୀର୍ଘଦିନ ଧରି ଜେଏନୟୁ କ୍ୟାମ୍ପସରେ ସ୍ୱାମୀ ବିବେକାନନ୍ଦ ମୂର୍ତି ଉନ୍ମୋଚିତ ନ ହୋଇ ପଡି ରହିଥିଲା । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହା ଉନ୍ମୋଚିତ ହୋଇଛି । ଆସନ୍ତୁ ଜାଣିବା ହି ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଯୁବ ପିଢ଼ୀଙ୍କୁ କଣ ବାର୍ତା ଦେଇଥିଲେ ।
୧.ସ୍ୱାମୀଜୀଙ୍କ ପ୍ରତିମୂର୍ତି ରାଷ୍ଟ୍ର ପ୍ରେମ ଶିଖାଇଥାଏ: ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ନିଶ୍ଚିତ ଭାବେ ରାଷ୍ଟ୍ରପ୍ରେମ ପାଇଁ ପ୍ରୋତ୍ସାହନ କରିବ । ଆମେ ପରାଧୀନ ଥିବା ବେଳେ ସ୍ୱାମୀଜି ମିଶିଗନ ୟୁନିଭରସିଟିରେ କହିଥିଲେ ଏହି ଶତାବ୍ଦୀ ଆପଣଙ୍କର ହୋଇପାରେ,କିନ୍ତୁ ଆଗାମୀ ଶତାବ୍ଦୀ ଆମର ।

୨. ଭାରତବାସୀ ଚରିତ୍ର ନେଇ ଭଦ୍ରଲୋକ ଚହ୍ନଟ କରେ: ବିଦେଶରେ ଜଣେ ସ୍ୱାମୀଜୀଙ୍କୁ ପଚାରିଥିଲେ ଆପଣ ଏ ଭଳି ପୋଷାକ କାହିଁକି ପିନ୍ଧୁ ନାହାନ୍ତି ଯାହା ଫଳରେ ଭଦ୍ରଲୋକ ଦେଖାଯିବେ । ସେ କହିଥିଲେ ଆପଣଙ୍କୁ ଟେଲର ଭଦ୍ର କରାଯାଉଛି ମାତ୍ର ଭାରତୀୟ ବାସୀ ଚରିତ୍ର ନେଇ ଏହାକୁ ଚିହ୍ନଟ କରେ ।
୩.ଯୁବପିଢ଼ୀ ବ୍ରାଣ୍ଡ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡର: ଦେଶର ଯୁବପିଢ଼ୀ ବ୍ରାଣ୍ଡ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡର । ଆତ୍ମବିଶ୍ୱାସ ବୃଦ୍ଧି କର କାରଣ ଆମକୁ ନୂଆ ପରିଚୟ ସୃଷ୍ଟି କରିବାକୁ ଅଛି ।
୪.ଭାରତର ଆତ୍ମନିର୍ଭରତା ଦୁନିଆର କଲ୍ୟାଣ କରିବ: ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିବାକୁ ହେବ । ଭାରତର ଆତ୍ମନିର୍ଭରତା ଦୁନିଆର ଲାଭ କରିବ । ନିଜ ମାଆକୁ ପଚାରୁନଥିବା ବ୍ୟକ୍ତି କିପରି ଅନ୍ୟ ମାଆର କଲ୍ୟାଣ କରିବ ?

୫. ଭଲ ରଜନୀତି ଦରକାର: ସବୁଠାରେ ଗୁଡ ରିଫର୍ମ ଓ ଗୁଡ ପଲଟିକ୍ସ ହୋଇଥାଏ । ଭାରତରେ ଏହାର ବୀପରୀତ ଖରାପ ରାଜନୀତି ହେଉଛି । ଯାହା କିଛି କରାଯାଉଛି ଦେଶକୁ ମଜଭୁତ କରିବା ପାଇଁ । ଏଥିରେ ଆପଣଙ୍କ ସହଯୋଗ ଦରକାର ।
୬.ପୁସ୍ତକ କୀଟ ହେଲେ ହେବ ନାହିଁ : ଯୁବ ପିଢ଼ୀ ଖାଲିକୁ ବହିକୁ ଧରି ବସି ରହିଲେ ହେବ ନାହିଁ । ଆତ୍ମବିଶ୍ୱାସ ଭରା ଯୁବ ପିଢ଼ୀ ଦେଶର କଲ୍ୟାଣ କରିବେ ଏହା ଥିଲା ସ୍ୱାମୀଜି ମନର କଥା ।
୭.ସ୍ୱାମଜୀଙ୍କ ଛତ୍ରଛାୟାରେ ଡିବେଟ କର: ସାବରମତି ଢ଼ାବା ଜେଏନୟୁର ଏକ ଲୋକପ୍ରିୟ ସ୍ଥାନ । ଏଠାକୁ ଆସ, ବସ, ଗପସପ କର ଓ ସ୍ୱାମୀଜୀଙ୍କ ଛତ୍ରଛାୟା ତଳେ ସକାରାତ୍ମକ ଆଲୋଚନ କର ।
୮.ବିଚାରାଧାରା ରାଷ୍ଟ୍ର ହିତ ହେଉ: ରାଷ୍ଟ୍ରହିତକୁ ପ୍ରାଥମିକତା ଦିଅ । ବାକି ସବୁ କିଛି ଆପେ ଆପେ ହୋଇଯିବ । ଦେଶ ପାଇଁ ମୁଁ କଣ କରିପାରିବି ସର୍ବଦା ଏହା ଚିନ୍ତା କର ।

୯.ନିର୍ଦ୍ଧିଷ୍ଟ ବିଚାରାଧାରା ତଳେ ଦବି ନ ଯାଅ: ଏକ ନିର୍ଦ୍ଧିଷ୍ଟ ବିଚାରାଧାରା ଯେପରି ତୁମ ଉପରେ ବୋଝ ନ ହୁଏ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସବୁ ବିଚାରାଧାରା ଲୋକେ ଯଦି ସେତେବେଳେ ଏକତ୍ର ହୋଇଥିଲେ ଏବେ କାହିଁକି ହେବେନି ।
୧୦.ମନଖୁସି ରଖ, ମଜାଳିଆ ପରିବେଶରେ ଚଳ : ସବୁ ବେଳେ ଚିନ୍ତାରେ ରୁହ ନାହିଁ । ନିଜ ହସ ଓ ଅନ୍ୟକୁ ହସ ଅନେକ ଯୁବପିଢ଼ୀ ବହୁ ଦାୟିତ୍ୱ କାନ୍ଧ ଉପରେ ଲଦିଛନ୍ତି । ତେବେ ଏ ସବୁ ସତ୍ୱେ ହସିବାକୁ ପଡିବ । ସବୁ ପ୍ରକାର ବୌଦ୍ଧିକ ଚିନ୍ତାଧାରାରୁ ଦେଶର ବିକାଶ ପାଇଁ ରାସ୍ତା ବାହାର କରିବା ।

Leave A Reply

Your email address will not be published.