Latest Odisha News

BREAKING NEWS

୨୦୨୦-୨୧ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର: ଖରିଫ ବିପଣନ ବର୍ଷରେ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ତାଠୁ ଅଧିକ ମଣ୍ଡି ଆସିଲେ କିଣିବେ ସରକାର। ଖରିଫ ବିପଣନ ବର୍ଷ ୨୦୨୦-୨୦୨୧ ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ ।

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରି ପାରିବେ । ଖରିଫରେ ୫୪ ଲକ୍ଷ ଓ ରବି ଋତୁରେ ୧୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଖରିଫ ଧାନ ସଂଗ୍ରହ ମାର୍ଚ୍ଚ ୨୦୨୧ ଯାଏ ଚାଲିବ ।

ସେହିପରି ରବି ଧାନ ସଂଗ୍ରହ ସେ ମାସରୁ ଜୁନ ୨୦୨୧ ଯାଏ ଚାଲିବ । ୨୪ରୁ ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ସେମାନଙ୍କ ଆକାଉଣ୍ଟରେ ମିଳିଯିବ ପ୍ରାପ୍ୟ ।

Leave A Reply

Your email address will not be published.