Latest Odisha News

ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ: ନବୀନ

ଭୁବନେଶ୍ବର: ଓଡିଶା ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ସମସ୍ତ ଓଡିଶାବାସୀଙ୍କୁ ଚକିତ କରିଦେଇଛି । ପାଣ୍ଡିଆନଙ୍କ ଇଫେକ୍ଟ ଯୋଗୁ ନବୀନଙ୍କୁ ଏବେ ଗାଦିଚ୍ୟୁତ ହେବାକୁ ପଡ଼ିଛି ବୋଲି ରାଜ୍ୟବାସୀ ମନସ୍ଥ କରିସାରିଲା ପରେ ବର୍ତମାନ ବିଜେଡିର ପରାଜୟକୁ ନେଇ ବିଜେଡି ସଭାପତି ନବୀନ ଦେଇଛନ୍ତି  ବଡ଼ ବୟାନ  ।

ନବୀନ ଆଜି ଖବର ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ  କହିଛନ୍ତି ,ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ । ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ ପାଣ୍ଡିଆନ । ସେ କୌଣସି ପଦ ପଦବୀରେ ନାହାନ୍ତି କି ନିର୍ବାଚନ ଲଢ଼ି ନାହାନ୍ତି । ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ଆଉ ଥରେ ସ୍ପଷ୍ଟ କରୁଛି କହିଲେ ନବୀନ । ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ କହିଛନ୍ତି ନବୀନ ।

ଅଫିସର ଭାବେ ପାଣ୍ଡିଆନ ୧୦ ବର୍ଷ ଭଲ କାମ କରିଛନ୍ତି  । ସେ ବାତ୍ୟା ଓ କୋଭିଡ୍ ସମୟରେ ବହୁତ ଭଲ କାମ କରିଛନ୍ତି  ବୋଲି କହିଛନ୍ତି ନବୀନ । ପାଣ୍ଡିଆନ ଭଲ କାର୍ଯ୍ୟ କରି ଅବସର ନେଇ ରାଜନୀତିରେ ଯୋଗ ଦେଇଥିଲେ। ବିଜେଡିରେ ଯୋଗ ଦେବା ପରେ ଦଳ ପାଇଁ ବହୁତ କିଛି କାମ କରିଛନ୍ତି। ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି କହିଲେ ନବୀନ ।

ସେହିପରି ବିଜେଡି ହାରିବା ସମ୍ପର୍କରେ ନବୀନ କହିଛନ୍ତି ଗଣତନ୍ତ୍ରରେ ଜିତିବା, ହାରିବା ଏକ ନିରନ୍ତର ପ୍ରକ୍ରିୟା ।ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ବୀକାର କରୁଛୁ। ପରାଜୟ ସତ୍ତ୍ବେ ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିବି କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେ ପୁଣି ଥରେ ସ୍ପଷ୍ଟ କରିଛନ୍ତି କି  ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି । ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ ।

Comments are closed.