ଭୁବନେଶ୍ବର:ଆଜିକାଲି ଖାଦ୍ୟ ଓ ଖାଦ୍ୟ ସାମଗ୍ରୀର ଅପମିଶ୍ରଣ ଖବର ଆସୁଛି । ଏଥିରୁ ଗୁଡ ମଧ୍ୟ ବାଦ୍ ପଡି ନାହିଁ । ଗୁଡରେ ରଙ୍ଗ ମିଶାଗଲାଣି ତ , ଗୁଡର ଓଜନ ବଢାଇବାକୁ ସୋଡା, ଚକଗୁଣ୍ଡ ବ୍ୟବହାର କରାଯାଉଛି । ତେବେ ଗୁଡର ଗୁଣବତ୍ତା ଜାଣିବାକୁ ହେଲେ ଏହି ପଦ୍ଧତି ଆପଣାନ୍ତୁ..
– ଗୁଡର ରଙ୍ଗ ଗାଢ ମାଟିଆ ହୋଇଥାଏ । ବଜାରରେ ମିଳୁଥିବା ଗୁଡ ଅଧିକ ହଳଦିଆ ଅବା ସୁନେଲି ରଙ୍ଗର ହୋଇଥିଲେ ତାହା ରଙ୍ଗ ମିଶା ଗୁଡ । ଗୁଡର ଛୋଟ ଖଣ୍ଡ ଏକ ଗ୍ଲାସ ପାଣିରେ ପକେଇ ଦିଅନ୍ତୁ ଓ କିଛି ସମୟ ଛାଡି ଦିଅନ୍ତୁ । ଦେଖିବେ ପାଣିର ରଙ୍ଗ ଯଦି ପରିବର୍ତ୍ତନ ହେଉଛି ତେବେ ଏହା କୃତ୍ରିମ ରଙ୍ଗରେ ତିଆରି ହୋଇଥିବା ଗୁଡ ।
– ଓଜନ ବଢାଇବା ଲାଗି ଗୁଡରେ ସୋଡା ନହଲେ ଚକଗୁଣ୍ଡ ମିଶେଇ ଦିଅନ୍ତି । ଗୁଡର ଗୁଣବତ୍ତା ଜାଣିବାକୁ ପ୍ରଥମେ ଗୁଡର ଛୋଟ ଖଣ୍ଡ ନେଇ ପାଣିରେ ପକାଇବେ । ଯଦି ଗୁଡ ଶୁଦ୍ଧ ହୋଇନଥିବ ତେବେ ପାଣିର ନିମ୍ନ ଭାଗରେ ଇଷତ ଧଳା ରଙ୍ଗର ଗୁଣ୍ଡ ଜମା ହୋଇଯିବ ।
– ଅପମିଶ୍ରିତ ଗୁଡ ହାତକୁ ଖଦଖଦଡିଆ ଲାଗିଥାଏ । ଗୁଡର ସ୍ବାଦ ଓ ସୁଗନ୍ଧରୁ ମଧ୍ୟ ଏହାର ଶୁଦ୍ଧତା ଚିହ୍ନି ହୁଏ । ଗୁଡର ତରଳିବା ପଦ୍ଧତିରୁ ମଧ୍ୟ ଗୁଡର ଶୁଦ୍ଧତା ଜାଣିହେବ । ଅପମିଶ୍ରିତ ଗୁଡ ଅଲଗା ଅଲଗା ହୋଇ ଚିନି ତରଳିବା ପରି ତରଳିଥାଏ ।
Comments are closed.