Latest Odisha News

BREAKING NEWS

ପ୍ରାଇଭେସି ପଲିସି ପ୍ରତ୍ୟାହାର ନେଇ ହ୍ୱାଟ୍‌ସ ଆପ୍‌କୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ହ୍ୱାଟ୍‌ସ ଆପ୍‌କୁ ଏହାର ନ୍ୟୁ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି।

ଆଇଟି ମନ୍ତ୍ରଣାଳୟର କହିବା ଅନୁଯାୟୀ ଯେ ହ୍ବାଟ୍‌ସ ଆପ୍‌କୁ ଗୋପନୀୟତା ନୀତିରେ ପରିବର୍ତ୍ତନ ଏବଂ ଉକ୍ତ ପରିବର୍ତ୍ତନଗୁଡିକର ସୂଚନା ପ୍ରଣାଳୀ ବ୍ୟକ୍ତିଗତ ଗୋପନୀୟତା, ତଥ୍ୟ ସୁରକ୍ଷା ଏବଂ ଉପଭୋକ୍ତା ପସନ୍ଦର ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରିଥାଏ ଏବଂ ଭାରତୀୟ ନାଗରିକଙ୍କ ଅଧିକାର ଏବଂ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଥାଏ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।

ବିଜ୍ଞପ୍ତିର ଜବାବ ଦେବାକୁ ସରକାର ହ୍ବାଟ୍‌ସ ଆପ୍‌କୁ ସାତ ଦିନ ସମୟ ଦେଇଛନ୍ତି ଏବଂ ଯଦି କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ଗ୍ରହଣ ନହୁଏ ତେବେ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସୂତ୍ରରୁ ପ୍ରକାଶ।

Comments are closed.