Latest Odisha News

BREAKING NEWS

ସାହିତ୍ୟିକ ଚିନ୍ତାମଣି ବେହେରାଙ୍କ ପରଲୋକ

ଉମରକୋଟ : ବିଶିଷ୍ଟ ଗାଳ୍ପିକ ତଥା ନାଟ୍ୟକାର ଚିନ୍ତାମଣି ବେହେରାଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ସେ ଗଳା କର୍କଟ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା ।

ସ୍ୱର୍ଗତଃ ବେହେରା କୋରାପୁଟିଆ ଭାଷାରେ କମଳୀ ନାମକ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଥିଲେ ; ଯାହା କ୍ଷୁଦ୍ର ଚଳଚ୍ଚିତ୍ର ବିଭାଗରେ ପାଞ୍ଚୋଟି ବର୍ଗରେ ରାଜ୍ୟ ଚଳଚିତ୍ର ପୁରସ୍କାର ମଧ୍ୟ ପାଇଥିଲା ।

ସ୍ୱର୍ଗତଃ ବେହେରାଙ୍କ ମୃତ୍ୟୁରେ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.