Latest Odisha News

ଟିକସ ଫାଙ୍କିବା ଅଭିଯୋଗରେ ସାବିତ୍ରୀ ଜୁଏଲର୍ସରେ ଆୟକର ବିଭାଗ ଚଢ଼ାଉ

ରାୟଗଡ଼ା: ଟିକସ ଫାଙ୍କିବା ଅଭିଯୋଗରେ ପୁଣି ଆୟକର ବିଭାଗର ଚଢାଉ । ରାୟଗଡ଼ା ସହର ସ୍ଥିତ ସାବିତ୍ରୀ ଜୁଏଲର୍ସ ଦୋକାନରେ ଆଜି ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଖୋଦ୍ ଦୋକାନ ମାଲିକ କିନ୍ତାଲି ଅମରନାଥ ଏହାକୁ ସ୍ବୀକାର କରିଛନ୍ତି । ଆଜି ଦିନ ୧୧ ଟା ସମୟରେ ଏହି ଚଢ଼ାଉ ଆରମ୍ଭ ହୋଇଥିଲା । ବର୍ତ୍ତମାନ ରାୟଗଡ଼ା, ଭବାନୀପାଟଣା ଓ ଜୟପୁର ସ୍ଥିତ ଆୟକର ବିଭାଗର ଅଧିକାରୀ ମିଳିତଭାବେ ଏହି ଚଢ଼ାଉ କରିଛନ୍ତି ।

ତେବେ ଏହି ସୁନା ଓ ରୂପା ଅଳଙ୍କାର ଦୋକାନ ନାଁ ରେ କ’ଣ ଅଭିଯୋଗ ପାଇଥିଲେ ଆୟକର ଅଧିକାରୀ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ବ୍ୟାପକ ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । କେବଳ ସୁନା ଦୋକାନ ନୁହଁ ତାଙ୍କ ମାଲିକାନାରେ ଥିବା ଦୁଇଟି ରାଇସ ମିଲ୍, ଲଜ୍ ସାଙ୍ଗକୁ ବାସଭବନରେ ମଧ୍ୟ ଏହି ଚଢାଉ ଜାରି ରହିଛି ।

ତେବେ ସନ୍ଧ୍ୟା ୭ ଟା ସୁଦ୍ଧା ଚାଢାଉ ଜାରି ରହିଥିବା ବେଳେ, ଏଯାଏଁ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ତେବେ ସମ୍ପୃକ୍ତ ସାବିତ୍ରୀ ଜୁଏଲର୍ସ ଦୋକାନର ମାଲିକ କିନ୍ତାଲି ଅମରନାଥ ବିଭିନ୍ନ ସମୟରେ ଆୟକର ଠକୁଥିବା ଏବଂ ସୁନା କିଣୁଥିବା ଗ୍ରାହକକୁ ବିଲ୍ ନଦେବା ନେଇ ଅନେକ ସମୟରେ ଅଭିଯୋଗ ରହିଥିଲା ।

ତେବେ ଏହାକୁ ଅମରନାଥ ଆୟକର ବିଭାଗର ରୁଟିନ୍ ଚେକ ବୋଲି ସଫେଇ ଦେଇଥିବା ବେଳେ ପୂର୍ବରୁ କେବେ ମଧ୍ୟ ଆୟକର ବିଭାଗ ତରଫରୁ ତାଙ୍କ ଦୋକାନ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ହୋଇନଥିବା କହିଛନ୍ତି ।

Comments are closed.