ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୩୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୩୫ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି ।
ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇ ପ୍ରାୟ ୩ ହଜାର ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ଅପରପକ୍ଷରେ ଏଭଳି ସ୍ଥିତି ଲାଗି ରହିଲେ ଖୁବଶୀଘ୍ର କରୋନାଭାଇରସ ଜନିତ ମୃତ୍ୟୁସଂଖ୍ୟାରେ ଇଟାଲୀ ଚୀନକୁ ଅତିକ୍ରମ କରିଯାଇପାରେ ବୋଲି ଆଶଙ୍କା କରାଯାଉଛି ।
ଆହୁରି ମଧ୍ୟ କରୋନା ଭାଇରସ୍ ପ୍ରଭାବରେ ଭାରତରେ ପ୍ରଥମ ଥର ଭାବେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚୀନରେ ସ୍ଥିତି ସ୍ୱାଭାବିକ ହେଉଥିବା ନେଇ ସୁତ୍ରରୁ ପ୍ରକାଶ ।
ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୦୦ଟି ଦେଶକୁ ମଧ୍ୟ କୋରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।
Comments are closed.