Latest Odisha News

BREAKING NEWS

ଇଟାଲୀରେ ଅଣାୟତ୍ତ କରୋନା: ଗୋଟିଏ ଦିନରେ ୬୦୨ ମୃତ୍ୟୁ, ୬ ହଜାର ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୬୦୨ ଜୀବନ ।

ସୋମବାର ଦିନ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୦୨ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଏହାକୁ ମିଶାଇ ଇଟାଲୀରେ ମୃତକଙ୍କ ସଂଖ୍ୟା ୬୦୭୭ ରେ ପହଞ୍ଚିଛି।

ୟୁକେ ରେ କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୪ କୁ ବୃଦ୍ଧି ପାଇ ମୃତ୍ୟ ସଂଖ୍ୟା ୩୩୫ରେ ପହଞ୍ଚିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦେଶର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଭାଇରସ ସାରା ବିଶ୍ୱରେ ୧୫୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ନେଲାଣି | ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ସଂଗୃହିତ ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ୱରେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ୩୬୨୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ଲୋକ ସୁସ୍ଥ ହୋଇଯାଇଛନ୍ତି।

Leave A Reply

Your email address will not be published.