Latest Odisha News

BREAKING NEWS

ଓଡିଶାରେ ଲକଡାଉନ; ଏପ୍ରିଲ୍ ୩୦ ଯାଏଁ ସବୁ ଅଙ୍ଗନବାଡି କେନ୍ଦ୍ର ବନ୍ଦ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ସରକାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଏପ୍ରିଲ ୩୦ ତାରିଖ ଯାଏଁ ବନ୍ଦ ରଖିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାରଙ୍କ କୋଭିଡ-୧୯ର ସରକାରୀ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି କହିଛନ୍ତି ଯେ ଟେକ-ହୋମ ରାସନ୍ ବଦଳରେ ଛତୁଆ, ଲଡୁ ଇତ୍ୟାଦି ଖାଦ୍ୟକୁ ୬ ମାସରୁ ୩ ବର୍ଷ ବୟସର ପିଲା, ଗର୍ଭବତୀ ମହିଳାମାନଙ୍କୁ ଅଙ୍ଗନୱାଡି କର୍ମୀ ଏବଂ ସହାୟକମାନଙ୍କ ଦ୍ୱାରା ପ୍ରଦାନ କରାଯିବ ।

ସେହିପରି ପ୍ରି-ସ୍କୁଲ୍ (୩-୬ ବର୍ଷ) ପିଲାମାନଙ୍କୁ ସକାଳର ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟ ବଦଳରେ ଶୁଖିଲା ରାସନ, ସେମାନଙ୍କ ଘରେ ଯୋଗାଇ ଦିଆଯିବ।

ଆହୁରି ମଧ୍ୟ ହିତାଧିକାରୀଙ୍କୁ ସାପ୍ତାହିକ ଭିତ୍ତିରେ ଅଣ୍ଡାକୁ ଘରୋଇ ସ୍ତରରେ ବଣ୍ଟନ କରାଯିବ।
ସ୍ୱୟଂ ସହାୟକ ଗୋଷ୍ଠୀମାନେ ଉତ୍ପାଦନ କରୁଥିବା ଛତୁଆ ପ୍ରସ୍ତୁତକାରୀ ସଦସ୍ୟ, ଅଙ୍ଗନୱାଡି କର୍ମୀ ଏବଂ ସହାୟକମାନେ ସାମାଜିକ ଦୂରତା , ସ୍ୱଚ୍ଛତା ଏବଂ ପ୍ରୋଟୋକଲ ବଜାୟ ରଖିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.