Latest Odisha News

BREAKING NEWS

କରୋନାଭାଇରସ ଆତଙ୍କ; ଇଟାଲୀରେ ବଢିଲା ଲକଡାଉନ ଅବଧି

ରୋମ୍‌: ଇଟାଲୀରେ କରୋନାଭାଇରସ ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱରେ ଏହି ଭାଇରସ ସଂକ୍ରମଣରେ ଏଠାରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଠାରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।

ତେବେ ଲକଡାଉନ ସରିବା ନେଇ ନୂଆ ତାରିଖ ଘୋଷଣା କରାଯାଇନଥିବା ବେଳେ ଏପ୍ରିଲ୍ ୧୨ ଯାଏଁ ରହିବ ବୋଲି ଶୁଣିବାକୁ ମିଳୁଛି । ପୂର୍ବରୁ ଏହି ସମୟସୀମା ଏପ୍ରିଲ୍ ୩ ତାରିଖ ଯାଏଁ ରହିଥିଲା ।

ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୪୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାଛଡା ପାଖାପାଖି ୧୬୪୮ ଜଣ ନୂଆ ସଂକ୍ରମଣ ମାମଲା ରେକର୍ଡ ହୋଇଛି ।

ଉଲ୍ଲେଖଯୋଗ୍ୟ, ଏହା ଧୀରେଧୀରେ ଇଂଲଣ୍ଡ, ଭାରତ, ଫ୍ରାନ୍ସ, ଥାଇଲାଣ୍ଡ, ଆମେରିକା, ତାଇୱାନ୍, ଭିଏତନାମ, ସିଙ୍ଗାପୁର ଓ ୟୁରୋପ ଭଳି ପାଖାପାଖି ୧୯୫ରୁ ଅଧିକ ଦେଶକୁ ମଧ୍ୟ କରୋନା ଭୂତାଣୁ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.