Latest Odisha News

BREAKING NEWS

ଟ୍ରକକୁ ପିଟିଲା କାର୍‌; ଜଣେ ମୃତ, ଅନ୍ୟଜଣେ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ନିକଟରେ ମଙ୍ଗଳବାର ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ସ୍ଥାନୀୟ ମିରିକାମୁଣ୍ଡି ନିକଟରେ ଏକ ଟ୍ରକକୁ ଉକ୍ତ କାରଟି ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ କାର୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା । ଏହାଛଡା ଗାଡି ଦୁଇଟି ଜଳେଶ୍ୱର ଅଭିମୁଖେ ଯାଉଥିଲେ ।

ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଗ୍ୟାସ କଟର ସାହାର୍ଯ୍ୟରେ କାର କାଚକୁ କାଟି ଭିତରେ ଫସିଥିବା ଅନ୍ୟ ଜଣକୁ ଉଦ୍ଧାର କରିଛନ୍ତି । ପରେ ଆହତଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ପରବର୍ତ୍ତୀ ସମୟରେ ପୋଲିସ ପକ୍ଷରୁ ମୃତଦେହକୁ ବ୍ୟବଚ୍ଛେଦ ଲାଗି ପଠାଯାଇଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.