Latest Odisha News

ଯୋଗମୁଦ୍ରାରେ ଜାଗ୍ରତ ପ୍ରହରୀ: ୧୮ହଜାର ଫୁଟ୍ ଉପରେ ଯୋଗ କଲେ ଯବାନ

ଲଦାଖ: ଯୋଗ ମୁଦ୍ରାରେ ଦେଶର ଯବାନ । ସୀମାରେ ଯୋଗ କଲେ ଜାଗ୍ରତ ପ୍ରହରୀ । ଲଦାଖରେ ୧୮ହଜାର ଫୁଟ୍ ଉଚ୍ଚରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି ଦେଶର ଯବାନ । ଆଇଟିବିପି ଯବାନମାନେ ବିଭିନ୍ନ ମୁଦ୍ରାରେ ଯୋଗ କରିଛନ୍ତି । ସୀମାରୁ ଯୋଗ ଦ୍ୱାରା ଫିଟ୍ ରହିବାର ଫର୍ମୂଲା ଦେଶବାସୀଙ୍କୁ ଦେଇଛନ୍ତି ଯବାନ ।

ସେହିପରି ଗଲଓ୍ୱାନ ଘାଟିରେ ଦେଶର ସୁରକ୍ଷାରେ ନିୟୋଜିତ ଯବାନମାନେ ବି ଯୋଗ କରିଛନ୍ତି । ପାଙ୍ଗଙ୍ଗ ସୁ ଅଞ୍ଚଳରେ ଯବାନ ଯୋଗାସନରେ ନଜର ଆସିଛନ୍ତି । ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ସେହିପରି ଜମ୍ମୁ କଶ୍ମୀରରେ ସିଆରପିଏଫ୍ ଯବାନ ବି ଯୋଗ କରିଛନ୍ତି ।

Leave A Reply

Your email address will not be published.