ରାଉରକେଲା: ଭିଜିଲାନ୍ସ ଜାଲରେ ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ । ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ । ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଟିମ୍ର ଚଢ଼ାଉ । ବଣାଇ, ଭୁବନେଶ୍ବର, ବାଲେଶ୍ବର ସମେତ ୭ଟି ସ୍ଥାନରେ ଚାଲିଛି ରେଡ୍ ।
ସୂଚନା ଅନୁସାରେ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଅଧିକାରୀଙ୍କ ସରକାରୀ ଘର ଏବଂ ବାସଭବନରେ ଚାଲିଛି ରେଡ୍ । ଭୁବନେଶ୍ଵରର ୩ଟି ସ୍ଥାନ ସମେତ ବାଲେଶ୍ଵର, ଯାଜପୁର ଓ ବଣାଇର ଦୁଇଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ। ପୁରୁଣା ଭୁବନେଶ୍ଵର ଶ୍ରୀରାମ ନଗର ଅଂଚଳରୁ ଏକ ଦୁଇ ମହଲା କୋଠା, ଭୁବନେଶ୍ଵର ଲକ୍ଷ୍ମୀସାଗର ଅଂଚଳରେ ଗୋଟିଏ ଫ୍ଲାଟ, ଖାରବେଳନଗର ୟୁନିଟ ୩ ଅଞ୍ଚଳରେ ଗୋଟିଏ ଫ୍ଲାଟ, ବାଲେଶ୍ଵର ଏସଏନ ସେନ ରୋଡ ଅଂଚଳରେ ଗୋଟିଏ ଫ୍ଲାଟ, ଯାଜପୁର ସମ୍ପର୍କୀୟଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ। ସେହିପରି ସୁନ୍ଦରଗଡ଼ ବଣାଇରେ ଥିବା ସରକାରୀ ବାସଭବନ ଏବଂ ଆଇଟିଡିଏ ଅଫିସରେ ରେଡ୍ କରୁଛି ଭିଜିଲାନ୍ସ । ଚଢାଉରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି ଏବଂ ୧୦ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କୌଣସି ତଥ୍ୟ ମିଳିନାହିଁ ।
Comments are closed.